ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଶ୍ରୀମନ୍ଦିର ନିଳାଦ୍ରୀ ମ୍ୟୁଜିୟମରେ ରଖାଯିବ ରତ୍ନ ପଲଙ୍କ ।

ଭୁବନେଶ୍ୱର,ବୁୁଧବାର ଠାରୁ ପୁଣି ରତ୍ନଭଣ୍ଡାର ଗଣତିମଣତି ।
ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତି ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏସୋପି ଆଧାରରେ, ଗତ ମାସ ୨୫ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଛିତ ଥିବା ରତ୍ନ ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ପ୍ରଥମ ଦିନ ବାହାର ରତ୍ନଭଣ୍ଡାର ଗଣତିମଣତି ହୋଇଥିଲା । ଆସନ୍ତାକାଲି ମଧ୍ୟ ବାହାର ରତ୍ନଭଣ୍ଡାର, ଗଣତିମଣତି ହେବ ।
୧୪ ତାରିଖ ଓଡିଆ ନବବର୍ଷରେ ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ, ବ୍ୟବହାର ହେବ।
ନୂଆ ରତ୍ନ ପଲଙ୍କ, ସଂସ୍କାର କରାଯିବା ପରେ ଏହା ବ୍ୟବହାର କରାଯିବ। ୩ଟି ରତ୍ନ ପଲଙ୍କ ନିର୍ମାଣ ହୋଇଛି।
ପଲଙ୍କରେ ରୂପା ଆଚ୍ଛାଦିତ କରାଯାଇଛି। ପୁରୁଣା ରତ୍ନ ପଲଙ୍କ ଶ୍ରୀମନ୍ଦିର, ନିଳାଦ୍ରୀ ମ୍ୟୁଜିୟମରେ ରଖାଯିବ।




