ଅନ୍ୟାନ୍ୟସ୍ୱାସ୍ଥ୍ୟ

ଅଟୋକୁ ଧକ୍କା ଦେଲା କାର।

ଭୁବନେଶ୍ୱର,ଅଟୋକୁ ଧକ୍କା ଦେଲା କାର। ଉତ୍କଳ ହସ୍ପିଟାଲ ରୋଡ ଆଦର୍ଶ ବସ୍ତି ନିକଟରେ ଘଟିଛି ଏହି ଦୁର୍ଘଟଣା।

ଭୋର ସାଢ଼େ ୪ଟାରେ ଅଟୋ ରାସ୍ତା ପାର ହେବା ବେଳେ ଘଟିଛି ଦୁର୍ଘଟଣା।

ତେବେ ଦୁର୍ଘଟଣା ପରେ କାର ଡ୍ରାଇଭର ଫେରାର ହୋଇଯାଇଛି। ଭୁଲ୍ ରାସ୍ତାରେ ଆସୁଥିଲା କାର ଡ୍ରାଇଭର ବୋଲି ସୂଚନା ମିଳିଛି।

ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଦୁର୍ଘଟଣାରେ ଅଟୋ ଚାଳକ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଟୋରେ ଥିବା ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। କାର  କ୍ଷତିଗ୍ରସ୍ତ ହୋଇଛି।

Related Articles

Back to top button