ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ସ୍ନାନ ଯାତ୍ରା ପୂର୍ବରୁ ରତ୍ନ ଗଣତି ମଣତି ସାରିବା ଲକ୍ଷ୍ୟ: ଆଇନ ମନ୍ତ୍ରୀ

ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ, ରତ୍ନ ଭଣ୍ଡାରର ଦ୍ୱିତୀୟ ପର୍ଯ୍ୟାୟ ଗଣତି ମଣତି ଆରମ୍ଭ ହୋଇଛି । ଏ ନେଇ ବୁଧବାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଚଳିତ ମାସରେ ୪ ଦିନ ଗଣତି ଚାଲିବ । ୧୯୭୮ ମସିହା ତାଲିକା ସହିତ ଅଳଙ୍କାର ଗୁଡ଼ିକ ମେଳକ କରାଯିବ । ଏହାପରେ ଫଟୋଗ୍ରାଫି ଏବଂ ଡିଜିଟାଇଜେସନ କରାଯାଇ ସୁରକ୍ଷିତ ରଖାଯିବା ବ୍ୟବସ୍ଥା କରାଯିବ । ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି ମଣତି ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପୃଥ୍ୱୀରାଜ । ତେବେ ରତ୍ନ ଭଣ୍ଡାର ତାଲିକା ସାର୍ବଜନୀନ ହେବା ନେଇ ମନ୍ତ୍ରୀ କଣ ପ୍ରତିକ୍ରିୟା ଦେଇଛନ୍ତି ଦେଖନ୍ତୁ –




