
ଭୁବନେଶ୍ୱର,ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ, କାଳବୈଶାଖୀ ପ୍ରଭାବ ରହିବ। ତେଣୁ ଆଗାମୀ ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ। ପରବର୍ତ୍ତୀ ସମୟରେ ସର୍ବାଧିକ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଅର୍ଥାତ ୧୦ତାରିଖ ପରଠାରୁ ସାରା ରାଜ୍ୟରେ ତାତି ବଢ଼ିପାରେ।ଚାନ୍ଦବାଲି ଏବଂ ଭୁବନେଶ୍ବରରେ, କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗି ରହିବାରୁ ଦିନ ତାପମାତ୍ରା କମିଛି। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରହିଥିବାବେଳେ ନୂଆପଡ଼ାରେ ୩୭.୨, ଟିଟିଲାଗଡ଼ରେ ୩୭.୭, ଭବାନୀପାଟଣାରେ ୩୭.୫, ଭୁବନେଶ୍ବରରେ ୩୪.୩, କଟକରେ ୩୩.୬ ଡିଗ୍ରୀ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ, ୩୦ ଜିଲାର କେତେକ ଅଞ୍ଚଳରେ, ବଜ୍ରପାତ ସହିତ, ଝଡ଼ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଫୁଲବାଣୀରେ ସର୍ବାଧିକ ବର୍ଷା ୪୭ ମି.ମି. ହୋଇଥିବା ବେଳେ ଭଦ୍ରକରେ ୪୧, ଯାଜପୁରରେ ୬.୨, ବାଲେଶ୍ବରରେ ୩୩.୫, ପାରଳାଖେମୁଣ୍ଡିରେ ୨୫.୬, ନୟାଗଡ଼ରେ ୧୫, ବାରିପଦାରେ ୧୧, ଅନୁଗୋଳରେ ୪ ଏବଂ ସୁବର୍ଣ୍ଣପୁରରେ ୨ମି.ମି. ବର୍ଷା ହୋଇଛି।




