ଜାତୀୟ

ପୁଣି ବଢିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: ସପ୍ତାହର କାରବାର ମଧ୍ୟରେ ଆଜି ସୁନା ଏବଂ ରୂପା ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି। ବିଶ୍ୱ ବଜାରର ପ୍ରଭାବ ଏବଂ ନିବେଶକଙ୍କ ଆଗ୍ରହ ଯୋଗୁଁ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଉଭୟ ମୂଲ୍ୟବାନ ଧାତୁର ଦର ରେକର୍ଡ ସ୍ତରକୁ ଛୁଇଁଛି। ରୂପା ମୂଲ୍ୟରେ ପ୍ରାୟ ୬ ପ୍ରତିଶତ ବୃଦ୍ଧି ଘଟିଛି। ଏହାଫଳରେ MCX ରେ ପ୍ରତି କିଲୋଗ୍ରାମ ରୂପାର ମୂଲ୍ୟ ୨,୪୪,୭୭୦ ଟଙ୍କାରେ ପହଞ୍ଚିଛି। ସୁନା ଦରରେ ମଧ୍ୟ ବଡ଼ ଲମ୍ଫ ଦେଖିବାକୁ ମିଳିଛି। ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟ ୩,୬୦୦ ଟଙ୍କା ବୃଦ୍ଧି ପାଇ ୧,୫୩,୯୪୪ ଟଙ୍କାରେ କାରବାର କରୁଛି, ଯାହା ଗତକାଲି ତୁଳନାରେ ୨.୪% ଅଧିକ। ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଏବଂ ମୂଲ୍ୟବାନ ଧାତୁର ଚାହିଦା ବଢ଼ିବା ଯୋଗୁଁ ଘରୋଇ ବଜାରରେ ଏହି ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ହଠାତ୍ ଦର ବୃଦ୍ଧି ସାଧାରଣ ଗ୍ରାହକଙ୍କ ଚିନ୍ତା ବଢ଼ାଇଥିବା ବେଳେ ନିବେଶକଙ୍କ ପାଇଁ ଏହା ଏକ ଭଲ ସଙ୍କେତ ଭାବେ ଦେଖାଯାଉଛି।

Related Articles

Back to top button