Uncategorized

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତରେ ଆସୁଛନ୍ତି । 2 ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ୩ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ମୟୂରଭଞ୍ଜ, ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାରେ ମାରାଥନ ଭାବେ ବିଭିନ୍ନ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ରାଇରଙ୍ଗପୁର ପୋଲିସ ଜିଲ୍ଲା ଓ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଉଦଘାଟନ କରିବେ । ଏହା ସହିତ ରାଷ୍ଟ୍ରପତି ପୋଲିସ କଲର ସମ୍ମାନ ପ୍ରଦାନ ସହ ସୁନ୍ଦରଗଡ଼ ଠାରେ ଏକ ଟ୍ରାଇବାଲ ମ୍ୟୁଜିୟମ ଉଦଘାଟନ କରିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ ତାରିଖରେ 2 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ମୟୂରଭଞ୍ଜର ରାଇରଙ୍ଗପୁରରେ 2ଟି କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଷ୍ଟ୍ରପତି ଓଡ଼ିଶା ପୋଲିସ ଦ୍ବାରା ପ୍ରସ୍ତାବିତ ରାଇରଙ୍ଗପୁର ଜିଲ୍ଲା ପୋଲିସ କାର୍ଯ୍ୟଳୟକୁ ଶୁଭ ଉଦ୍‌ଘାଟନ କରିବେ । ଏହା ସହିତ ନବନିର୍ମିତ ରାଇରଙ୍ଗପୁର ଏସ୍‌ପିଙ୍କ କାର୍ଯ୍ୟାଳୟର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୟୂରଭଞ୍ଜ ଜିଲ୍ଲାର ସାଂସଦ ଓ ବିଧାୟକ ମାନେ ଉପସ୍ଥିତ ରହିବେ । ସେହିପରି ଓଡ଼ିଶା ପୋଲିସକୁ ନୂତନ ଭାବେ ମିଳିଥିବା ‘ରାଷ୍ଟ୍ରପତି ପୋଲିସ କଲର ସମ୍ମାନ’କୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button