
ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ; ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ (BPUT)କୁ ମିଳିଲା ଇଣ୍ଡିଆ ବୁକ୍ ଅଫ ରେକର୍ଡସ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡସ ପୁରସ୍କାର । BPUT କୁଳପତି ପ୍ରଫେସର ଡକ୍ଟର ଅମୀୟ କୁମାର ରଥଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡସ ପକ୍ଷରୁ ସଞ୍ଜୟ ଭୋଲା ଏହି ସମ୍ମାନ ଦେଇଛନ୍ତି । କାଗଜ କଲମରେ ଅନୁଷ୍ଠିତ ପରୀକ୍ଷାର ଫଳାଫଳ ଦୁଇ ଦିନରେ ପ୍ରକାଶ କରି BPUT ଏହି ରେକର୍ଡ ସ୍ଥାପନ କରିଛି । ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ ମୋଟ ୬୭, ୯୬୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୩, ୫୧, ୨୬୪ ଉତ୍ତର ଖାତାର ମୂଲ୍ୟାୟନ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲେ ।




