
ଭୁବନେଶ୍ୱର,ପାହାଡ ଶିଖରରେ ଲୁଚାଇ ରଖିଥିଲେ ବିପୁଳ ପରିମାଣର ଗଂଜେଇ।ଆର୍.ଉଦୟଗିରି ଏସଡିପିଓଙ୍କ ନେତୃତ୍ବରେ ଅଡବା ଓ ରାମଗିରି ଥାନା ପୋଲିସ ଟିମ୍ ପାହାଡରେ ଚଢାଉ କରିଥିଲେ।
ଘଟଣା ସ୍ଥଳରୁ ପ୍ରାୟ ୧୧୩ ଟି ବସ୍ତାରେ ଥିବା ୨୮ କୁଇଣ୍ଟାଲ ୧୧ କେଜି ଗଞ୍ଜେଇ ଜବତ କରାଯାଇଛିl ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ l
ମାଫିଆମାନେ ପୋଲିସ ଭୟରେ ଗଞ୍ଜେଇ ଆଉ ଘରେ ନ ରଖି ପାହାଡ ଏବଂ ଘଞ୍ଚ ଜଙ୍ଗଲରେ ଗଚ୍ଛିତ ରଖି ପରବର୍ତ୍ତୀ ମୁହୂର୍ତ୍ତରେ ବାହ୍ୟ ରାଜ୍ୟକୁ ଚାଲାଣ କରୁଛନ୍ତି l
ତେବେ ଆଗକୁ ଏହିଭଳି ଚଢ଼ାଉ ଅଭିଯାନ ଜାରି ରଖିବା ସହ ଗଜପତି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ଗଞ୍ଜେଇ ମୁକ୍ତ କରାଯିବ ବୋଲି ଆର୍.ଉଦୟଗିରି ଏସଡିପିଓ ସୂଚନା ଦେଇଛନ୍ତି l
ଗଜପତି ଜିଲ୍ଲା ଅଡବା ଥାନା କାରିଗିଜୁ ଗାଁ ନିକଟସ୍ଥ ପାହାଡ ଶିଖରେ ମାଫିଆମାନେ ଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଚେଇ ଗଚ୍ଛିତ କରି ରଖିଥିବା ଜଣାପଡିଛି।




