
ଭୁବନେଶ୍ୱର,ଯୁଦ୍ଧ ପରିସ୍ଥିତିରେ ଯେତେବେଳେ ପୂରା ଦୁନିଆରେ ବହୁ ପ୍ରକାରର ସଙ୍କଟ ଦେଖା ଦେଇଛି, ସେ ସମୟରେ ଆଜି ରାଉରକେଲାର ଏକ ସ୍ଥାନରୁ ୧୬୦ ରୁ ଅଧିକ ଗ୍ୟାସ ସିଲିଣ୍ଡର୍ ଜବତ କରାଯାଇଛି ।
ରାଉରକେଲା ସେକ୍ଟର ୯ ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କର ଏକ ଗ୍ୟାରେଜ ଘରେ ବହୁ, ପରିମାଣର ସିଲିଣ୍ଡର ଗଚ୍ଛିତ ରଖିଥିଲେ ।
ଏତେ ପରିମାଣର ସିଲିଣ୍ଡର୍, କାହିଁକି ଓ କେମିତି ରଖିଥିଲେ, ସେ ନେଇ ତଦନ୍ତ ଆରମ୍ଭ ହୋଇଛି।
ରାଉରକେଲା ମହାନଗର ନିଗମ ଅଧିକାରୀ, ପୋଲିସ, ରାଉରକେଲା ତହସିଲଦାର ପ୍ରମୁଖ ଏହି ରେଡରେ ସାମିଲ ହୋଇଛନ୍ତି।ରାଉରକେଲାରେ ଗ୍ୟାସ୍ କଳାବଜାରୀ। ଗ୍ୟାରେଜ୍ ଭିତରୁ ୧୬୦ ସିଲିଣ୍ଡର ଜବତ।
ସେକ୍ଟର-୯ ଅଞ୍ଚଳରେ ରେଡ୍ ବେଳେ, ଜଣଙ୍କ ଗ୍ୟାରେଜ୍ ରୁ ମିଳିଛି ବିପୁଳ ଗ୍ୟାସ୍ ସିଲିଣ୍ଡର। ଏଥିରେ ଉଭୟ କମର୍ସିଆଲ୍ ଓ ଘରୋଇ ଗ୍ୟାସ୍ ସିଲିଣ୍ଡର ରହିଛି।
ରେଡ୍ ବେଳେ ଗ୍ୟାରେଜ୍ ମାଲିକ ଚମ୍ପଟ୍ ମାରିଥିବା ଜଣାପଡିଛି।




