Uncategorized

ଲେବାନନରେ ଇସ୍ରାଏଲର ଘନଘନ ମିସାଇଲ ମାଡ, 15 ମୃତ ଏକାଧିକ ଆହତ

ନୂଆଦିଲ୍ଲୀ: ଲେବାନନ ଉପରେ ଇସ୍ରାଏଲର ବଡ ଆକ୍ରମଣ । ଆକ୍ରମଣରେ 15 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 39ଜଣ ଆହତ ହୋଇଛନ୍ତି । ସେହିପରି ଇରାନର କୋମ ସହରରେ ଏୟାର ଷ୍ଟ୍ରାଇକରେ 5 ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧ 38 ଦିନରେ ପହଞ୍ଚିଥିବା ବେଳେ ପଶ୍ଚିମ ଏସିଆରେ ସଂଘର୍ଷ ଆହୁରି ଗୁରୁତର ହେବାରେ ଲାଗିଛି । ସେପଟେ ଇରାନ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ପୁଣି ଥରେ ନୂଆ ସର୍ତ୍ତ ଜାରି କରିଛି । ରାଷ୍ଟ୍ରପତିଙ୍କ ପ୍ରବକ୍ତା ସୈଇଦ ମହମ୍ମଦ ମେହଦୀ ତବାତବାଇ କହିଛନ୍ତି ଯେ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ପରେ ଏଥିରୁ ମିଳୁଥିବା ରାଜସ୍ବର କିଛି ଭାଗ ଯୁଦ୍ଧ କ୍ଷତିପୂରଣ ଭାବେ ଇରାନକୁ ଦିଆଯିବ । ତେବେ ଯାଇ ଏହି ଗୁରୁତ୍ବପୂର୍ଣ୍ଣ ଜଳମାର୍ଗ ସମସ୍ତଙ୍କ ପାଇଁ ଖୋଲାଯିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ଇରାନ ଏଭଳି କହିଛି । ଟ୍ରମ୍ପ ଇରାନକୁ କଡା ଚେତାବନୀ ଦେଇ ପୋଷ୍ଟ କରିଥିଲେ ଯେ ଯଦି ତେହରାନ ସୋମବାର ନିର୍ଦ୍ଧାରିତ ସମୟ ମଧ୍ୟରେ ହର୍ମୁଜ ପ୍ରଣାଳୀକୁ ନଖୋଲେ ତେବେ ଇରାନର ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣ କରାଯିବ । କିନ୍ତୁ ପରେ ସେ ଏହି ସମୟ ସୀମାକୁ 24 ଘଣ୍ଟା ବଢାଇ ମଙ୍ଗଳବାର ସନ୍ଧ୍ୟା ସାଢେ 509:04 (ପାଶ୍ଚାତ୍ୟ ସମୟ) ତଥା ଭାରତୀୟ ସମୟ ଅନୁସାରେ ବୁଧବାର ରାତି 8ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

Related Articles

Back to top button