ଅନ୍ୟାନ୍ୟମୌସୁମୀ

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଝଡ଼

ଭୁବନେଶ୍ୱର,ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ସ୍ଥାନୀୟ ଉଷ୍ମ ବାୟୁ ଓ ପଶ୍ଚିମା ଝଡ଼ର ପ୍ରଭାବ ମିଶି ଏହି ପରିସ୍ଥିତିକୁ ଆହୁରି ତୀବ୍ର କରୁଛି। ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ବାୟୁ ସହ, ଉପର ସ୍ତରର ଶୀତଳ ବାୟୁର, ସମ୍ମିଳନ ହେବାରୁ, କାଳବୈଶାଖୀ ଜୋର ଧରିଛି। ରାଜ୍ୟରେ ଏପରି ପାଣିପାଗ ଏପ୍ରିଲ ୧୦ କିମ୍ବା ୧୧ ଯାଏ ଜାରି ରହିପାରେ ବୋଲି, ଆକଳନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ତାପମାତ୍ରା କିଛି ହ୍ରାସ ପାଇବା ସହ ସାଧାରଣ ତାପମାତ୍ରା ୩୫ ରୁ ୩୮ ଡିଗ୍ରୀ ମଧ୍ୟରେ ରହିପାରେ।ଚାଷୀମାନଙ୍କୁ ବିଶେଷ ସତର୍କତା ବର୍ତ୍ତା ଦିଆଯାଇଛି। ମୁଗ, ବିରି ଓ ରବି ଧାନ ଅମଳ କାମ ଶୀଘ୍ର ସାରି, ସୁରକ୍ଷିତ ଜାଗାରେ ରଖିବାକୁ ପରାମର୍ଶ ଦିଆଯାଇଛି। ସହିତେ, ପାଣିପାଗ ସ୍ଥିର ହେଉଅ ପର୍ଯ୍ୟନ୍ତ ସାର ବା କୀଟନାଶକ ପ୍ରୟୋଗ ନ କରିବାକୁ ମଧ୍ୟ ସୁପାରିଶ କରାଯାଇଛି।ଆସନ୍ତା କିଛି ଦିନ ଯାଏ କାଳବୈଶାଖୀର ପ୍ରଭାବ, ଜାରି ରହିବ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ, ଘନ ମେଘ, ବଜ୍ରପାତ ଓ ଝଡ଼ ବର୍ଷାର ସମ୍ଭାବନା ରହିଛି। ୭ ଓ ୮ ତାରିଖ ପାଇଁ କିଛି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।ଭୁବନେଶ୍ୱର ସହିତ ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, ବାଲେଶ୍ୱର ଓ ଅନ୍ୟାନ୍ୟ ଜିଲ୍ଲାରେ ଝଡ଼-ବର୍ଷା ସହ ବଜ୍ରପାତ ହୋଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ହଠାତ୍ ପରିବର୍ତ୍ତିତ ପାଣିପାଗ ପରିସ୍ଥିତି ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି କରିଛି।

Related Articles

Back to top button