ଅନ୍ତର୍ଜାତୀୟଯୁଦ୍ଧ
ଇସ୍ରାଏଲକୁ ଉଡ଼ିବନି ଏୟାର ଇଣ୍ଡିଆ ବିମାନ

ଭୁବନେଶ୍ୱର,ଇସ୍ରାଏଲରେ ବାସ କରୁଥିବା ପ୍ରାୟ ୪୦ ହଜାର ଭାରତୀୟ ସ୍ବଦେଶ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଯେଉଁମାନେ ଯୁଦ୍ଧ ଭୟରେ ଇସ୍ରାଏଲ ଛାଡିବାକୁ ମନସ୍ଥ କରୁଛନ୍ତିି, ସେମାନଙ୍କୁ ପ୍ରଥମେ ସ୍ଥଳପଥରେ ଜୋର୍ଡାନ କିମ୍ବା ଇଜିପ୍ଟରେ ପହଞ୍ଚିବା ପରେ, ସେଠାରୁ ବିମାନ ଯୋଗେ ଭାରତ ଆସୁଥିବା ଜଣାପଡିଛି।
ଅବଶ୍ୟ ଜୋର୍ଡାନ କିମ୍ବା ଇଜିପ୍ଟ ପହଞ୍ଚିବାରେ ତେଲ୍ ଆଭିଭ୍ସ୍ଥିତ ଭାରତୀୟ ଦୂତାବାସ, ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଉଥିବା ପ୍ରକାଶ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ଥମିବାର ନା ନେଉନଥିବାବେଳେ ଏୟାର ଇଣ୍ଡିଆ ପକ୍ଷରୁ ମେ’ ୩୧ ପର୍ଯ୍ୟନ୍ତ ଇସ୍ରାଏଲକୁ ବିମାନସେବା ସ୍ଥଗିତ ରଖାଯାଇଛି।




