Uncategorized
ଚୋର ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା


ଭୁବନେଶ୍ବର: ଚୋର ସନ୍ଦେହରେ ଯୁବକଙ୍କୁ ଲୁହା ରଡରେ ନିସ୍ତୁକ ମାଡ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ । ଏଭଲି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବଡସାହି ଅଞ୍ଚଳରେ । ମୃତ ଯୁବକ ହେଲେ ବଡସାହି ଗାଁର କାମିନୀକାନ୍ତ ବେହେରା ଓରଫ ଟିକି । ସୂଚନା ଅନୁଯାୟୀ, ବଡସାହି ଥାନା ଅଧୀନରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିର୍ମାଣ କାମ ଚାଲିଥିବା ବେଳେ ସେ ଘଟଣାସ୍ଥଳରେ ବୁଲୁଥିଲେ । ଏହି ସମୟରେ ତାଙ୍କୁ ଚୋର ସନ୍ଦେହରେ ନିସ୍ତୁକ ମାଡ ମାରିଥିଲେ । ନିର୍ମାଣ କାମ ତଦାରଖ କରୁଥିବା ସୁପର ଭାଇଜର ଓ ସୁରକ୍ଷା କର୍ମୀ । ପରେ ସ୍ଥାନୀୟ ବାସିନ୍ଦା ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବଡସାହି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଚି । ପରିବାର ଲୋକହ୍କ ଅଭିଯୋଗ ପରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।




