ଓଡ଼ିଶାରାଜନୀତି

ମାସକୁ ମିଳିବ ୧୦ କେଜି ଚାଉଳ।

ଭୁବନେଶ୍ୱର,ଆଉ ୫ ନୁହେଁ ମାସକୁ ୧୦ କେଜି ଲେଖାଏଁ ଚାଉଳ ପାଇବେ ପ୍ରତି ରାସନକାର୍ଡ ହିତାଧିକାରୀ। ଏଥିପାଇଁ ଗତକାଲି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’କୁ ମିଳିଛି କ୍ୟାବିନେଟ୍ ମୋହର। ନିଜେ ମୁଖ୍ୟମନ୍ତ୍ରୀ କହିଛନ୍ତି- ୩କୋଟି ୨୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମାସକୁ, ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ମିଳିବ ଓ ଏଥିପାଇଁ ବର୍ଷକୁ ୮, ୮୧୩ କୋଟି ଟଙ୍କା ବ୍ୟୟ ହେବ। ଗତକାଲି ରାଜ୍ୟ କ୍ୟାବିନେଟ୍ ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଏ ବଡ଼ ପ୍ରସ୍ତାବକୁ, ମିଳିଛି ମଞ୍ଜୁରୀ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ, ରାଜ୍ୟ ସରକାର ଏ ନୂଆ ଯୋଜନା ମାଧ୍ୟମରେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ତଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ହିତାଧିକାରୀଙ୍କୁ, ଅତିରିକ୍ତ ୫ କିଲୋ ଲେଖାଏଁ ଚାଉଳ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

Related Articles

Back to top button