ଓଡ଼ିଶା

ସ୍ୱ-ଜନଗଣନାରେ ସୂଚନା ପ୍ରଦାନ କଲେ ମନ୍ତ୍ରୀ ବିଭୂତି ଜେନା

 ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଜନଗଣନା ୨୦୨୭ରେ ନିଜ ଘର ଓ ପରିବାର ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସ୍ୱ-ଗଣନା ମାଧ୍ୟମରେ ପରିବହନ ମନ୍ତ୍ରୀ ଆବଶ୍ୟକୀୟ ସୂଚନା ଦେଇଛନ୍ତି । ଏଥିସହିତ ଓଡ଼ିଶାର ସମସ୍ତ ନାଗରିକଙ୍କୁ ଜନ ଗଣନାରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି । http://se.census.gov.in ପୋର୍ଟାଲରେ ୧୬ଟି ଭାଷାରେ ଜନଗଣନା ସମ୍ପର୍କିତ ସୂଚନା ଉପଲବ୍ଧ ହେଉଛି । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧ରୁ ୧୫ ତାରିଖ ଯାଏ ସ୍ୱ-ଗଣନା ଚାଲିବ । ପ୍ରଥମ ଥର ପାଇଁ ମୋବାଲଇ ଆପ୍ ଏବଂ ଡିଜିଟାଲ ସ୍ୱ-ଗଣନା ମାଧ୍ୟମରେ ଜନଗଣନା ହେଉଛି । ତେଣୁ ଏହି ପଦ୍ଧତିରେ ସମସ୍ତେ ସାମିଲ ହୋଇ ସରକାରଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ସହଯୋଗ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।

Related Articles

Back to top button