
ଭୁବନେଶ୍ୱର ,ଓଡ଼ିଶାରେ ରେଳ ବିକାଶ ପାଇଁ ୯୩ ହଜାର କୋଟି ଟଙ୍କାରୁ, ଅଧିକ ନିବେଶ ହୋଇଛି।
ରେଳ ବଜେଟ୍ ଆବଣ୍ଟନ ଯଥେଷ୍ଟ ବୃଦ୍ଧି ପାଇଛି। କ୍ରମାଗତ ଭାବେ ବ୍ୟୟବରାଦ, ୩ବର୍ଷ ଧରି ୧୦ହଜାର କୋଟିରୁ, ଅଧିକ ରହିଛି, ଯାହା ୨୦୦୯ରୁ ୧୪ ଅବଧି ଅପେକ୍ଷା ୧୩ଗୁଣ ଅଧିକ।
ନୂତନ ରାୟଗଡ଼ା ଡିଭିଜନ ସ୍ଥାପନକୁ ଅନୁମୋଦନ ମିଳିଛି।
ଏହା ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ। ପୂର୍ବତଟ ରେଳପଥର କୌଣସି ରାଜସ୍ୱ କ୍ଷତି ହେବ ନାହିଁ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।
ପୂର୍ବତଟ ରେଳପଥରୁ ପଲାସା-ଇଚ୍ଛାପୁରମ୍ ସେକ୍ସନ କାଢ଼ି ଦକ୍ଷିଣତଟ ରେଳପଥରେ, ମିଶାଇବା,ନେଇ ରେଳ ବୋର୍ଡର ନିଷ୍ପତ୍ତି ପରେ ବିବାଦ ଦେଖାଯାଇଥିଲା।ଓଡ଼ିଶାରୁ ଗୋଟିଏ ଇଞ୍ଚ ରେଳପଥ ଅନ୍ୟ ରାଜ୍ୟକୁ ଯାଉ ନାହିଁ।
ପଲାସା-ଇଚ୍ଛାପୁରମ ସେକ୍ସନରେ କୌଣସି ବଡ଼ ମାଲ୍ ପରିବହନ, ଆୟ କରୁଥିବା ଷ୍ଟେସନ ନାହିଁ।




