ଓଡ଼ିଶା

ଚଳିତ ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି: ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି । 18 ଲକ୍ଷ 64 ହଜାର ଚାଷୀ ଧାନ ବିକ୍ରି କରିଛନ୍ତି । ଏଯାବତ୍ 77 ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି । ବାକି ବଳକା ଧାନ କିଣିବାକୁ 7 ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର । ସମବାୟ ସମିତି ସଭାପତି, ନିର୍ଦ୍ଦେଶକ ଓ ସଦସ୍ୟଙ୍କ ବିଜେପିରେ ବଡ଼ ମିଶ୍ରଣ ପରେ ଏହି ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ବିଜେପି ସଙ୍ଗଠନ ବଢ଼ାଇବା ପାଇଁ ଆମେ କାମ କରୁଛୁ । ପ୍ରତି ବିଭାଗ କେମିତି ଲୋକଙ୍କ ପାଖରେ ପହଞ୍ଚି ପାରିବ, କାମ କେମିତି ତ୍ୱରିତ ଢଙ୍ଗରେ ଚାଲିବ ସେଥିପାଇଁ ଆମେ ପ୍ରୟାସ ଜାରି ରଖିଛୁ । ଭୋଟ ରାଜନୀତି ପାଇଁ ଆମେ କାମ କରୁନୁ ।

କାରଣ ଲୋକଙ୍କ ସେବା କଲେ ଲୋକ ଆପେ ଆପେ ଭୋଟ ଦେବେ । ବିଭାଗ ଦାୟିତ୍ୱ ନେବା ପରେ ବିଭିନ୍ନ ସମବାୟ ସମିତିର ସଭାପତି, ସମ୍ପାଦକ, ନିର୍ଦ୍ଦେଶକ ସମ୍ପର୍କରେ ଥିଲେ । ଯେହେତୁ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ସେଥିପାଇଁ ସଭାପତି ଓ ମୁଖ୍ୟମନ୍ତ୍ରୀ କହିଲା ପରେ ସେମାନଙ୍କ ସହ ଆଲୋଚନା କରି ଦଳରେ ସାମିଲ କରାଗଲା । ନୂଆପଡ଼ା ଉପ ନିର୍ବାଚନ ଓ ରାଜ୍ୟସଭା ନିର୍ବାଚନ ପରେ ଆଗକୁ ନିର୍ବାଚନ ଗୁଡ଼ିକ ଆହୁରି ଭଲ ହେବ । ସମୟ ଆସିଲେ ସବୁ ଜିନିଷର ସମାଧାନ କରାଯିବ । ବିଜେପିରେ 14 କୋଟି ସଭ୍ୟ ଅଛନ୍ତି । ଯଦି 14 କୋଟି ଲୋକଙ୍କୁ ମ୍ୟାନେଜ କରି ହେଉଛି ତେବେ ଏହି 5 ହଜାର ଲୋକଙ୍କୁ କାହିଁକି ମ୍ୟାନେଜ କରିହେବନି,” ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।

Related Articles

Back to top button