
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ନିର୍ଯାତିତ ହୋଇ ମହିଳା ଥାନାକୁ ଗଲେ । ଅଭିଯୁକ୍ତର ଠିକଣା ଦେଲେ । କିନ୍ତୁ ପୋଲିସ ଅଭିଯୁକ୍ତକୁ ଧରିବା ଛାଡ଼ି ଓଲଟି ପୀଡ଼ିତାଙ୍କୁ ଶୋଷଣ କରିଛି । ଏପରି ସାଂଘାତିକ ଅଭିଯୋଗ ଆସିଛି ଭୁବନେଶ୍ୱରର ବହୁ ଚର୍ଚ୍ଚିତ ଭରତପୁର ପୋଲିସ ନାଁରେ । ଏହା ପରେ ପ୍ରେସମିଟରେ ପୋଲିସ ଉପରେ ବର୍ଷିଛି ବିଜେଡି ।
ଭରତପୁର ପୋଲିସ ମହିଳାଙ୍କ ଠାରୁ ପଇସା ନେବା ଏବଂ ଫେବର ମାଗିବା ଅଭିଯୋଗ କରି ବିଜେଡି ନେତ୍ରୀ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ସେହିପରି ଏହି ଘଟଣା ସମ୍ପର୍କରେ ପୋଲିସ ଡିଜି ଅବଗତ ଅଛନ୍ତି କି ନାହିଁ ପ୍ରଶ୍ନ କରିଛନ୍ତି । ଆଗାମୀ ଦିନରେ ଅଧିକ ପ୍ରମାଣ ଉପସ୍ଥାପିତ କରିବା ନେଇ କହିଛି ବିଜେଡି ।




