ଓଡ଼ିଶା

ସହରାଞ୍ଚଳରେ ପିଏନଜି ବାଧ୍ୟତାମୂଳକ

PNG କନେକ୍ସନ ନେଇଥିଲେ ଏଲପିଜି ମନା

ଭୁବନେଶ୍ୱର: ଏଣିକି ସହରାଞ୍ଚଳରେ ପିଏନଜି ବାଧ୍ୟତାମୂଳକ l ପିଏନଜି କନେକ୍ସନ ନେଇଥିଲେ ଏଲପିଜି ମନା l 3 ମାସ ମଧ୍ୟରେ ରାଜ୍ୟର ବଡ଼ ବଡ଼ ସହର ଗୁଡିକରେ ପିଏନଜି କନେକ୍ସନ ପାଇଁ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି l ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିର୍ଦ୍ଦେଶନାମା ଦିଆଯାଇଛି ।

ଲୋକସେବା ଭବନରେ ସମୀକ୍ଷା ବୈଠକ କରିଛନ୍ତି ଯୋଗାଣ ମନ୍ତ୍ରୀ । ବୈଠକରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମେତ ଯୋଗାଣ ବିଭାଗର ସଚିବ ଓ ତୈଳ କମ୍ପାନୀର ଅଧିକାରୀ ମାନେ ଉପସ୍ଥିତ ଥିଲେ । ରାଜ୍ୟରେ ତୈଳ ଓ ଗ୍ୟାସ ଯୋଗାଣ ନେଇ ହୋଇଛି ଆଲୋଚନା । ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ l ସେ କହିଛନ୍ତି, “ଏଣିକି ସହରାଞ୍ଚଳରେ ପିଏନଜି ବାଧ୍ୟତାମୂଳକ l ପିଏନଜି କନେକ୍ସନ ନେଇଥିଲେ ଏଲପିଜି ମନା l ଗ୍ରାମାଞ୍ଚଳରେ ଜାରି ରହିବ ଏଲପିଜି ଗ୍ୟାସ l ଏଲପିଜି ନେଇଥିବା ହିତାଧିକାରୀଙ୍କ ହେବ ଇ-କେ୍ୱାଇସି l”

Related Articles

Back to top button