ଓଡ଼ିଶା

ସ୍ୱ-ଜନଗଣନାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

 ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ରାଜ୍ୟରେ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏହି ପ୍ରକ୍ରିୟାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱ-ଗଣନା କରିଛନ୍ତି । ଅର୍ଥାତ୍ ନିଜ ପରିବାର ସମ୍ପର୍କରେ ତଥ୍ୟ ଅପଲୋଡ୍ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି “ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶା ସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏପ୍ରିଲ ୧ରୁ ଏପ୍ରିଲ ୧୫ ତାରିଖ ମଧ୍ୟରାତ୍ରି ପର୍ୟ୍ୟନ୍ତ ସ୍ଵ-ଗଣନା କାର୍ୟ୍ୟକ୍ରମ ଜାରି ରହିଛି । ଏଥିରେ ସେଲ୍ଫ ଏନୁମରେସନ୍ ପୋର୍ଟାଲ https://se.census.gov.in ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରୁଛନ୍ତି । ତେଣୁ ଏହି ପୋର୍ଟାଲରେ ନିଜର ତଥ୍ୟ ଦେଇ ଜନ ଗଣନାରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ  ନିବେଦନ କରିଛନ୍ତି । ପୂର୍ବରୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ସ୍ୱ-ଜନଗଣନାରେ ନିଜ ତଥ୍ୟ ପ୍ରଦାନ କରିସାରିଛନ୍ତି ।

 

Related Articles

Back to top button