ଅନ୍ତର୍ଜାତୀୟ

ଇଣ୍ଡୋନେସିଆରେ ୭.୪ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଅନୁଭୂତ ହୋଇଛି ଏକ ଶକ୍ତିଶାଳୀ ଭୂକମ୍ପ। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି। ଭୂକମ୍ପର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁନାମି ସତର୍କତା ଜାରି କରାଯାଇଛି। ଆମେରିକା ସୁନାମି ସତର୍କତା ପ୍ରଣାଳୀ (US Tsunami Warning System) ଅନୁଯାୟୀ, ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଥିବା ଏହି କମ୍ପନ ବିପଜ୍ଜନକ ସାମୁଦ୍ରିକ ଲହରୀ ସୃଷ୍ଟି କରିପାରେ, ଯାହା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।

ଭୂକମ୍ପ ପରେ ଇଣ୍ଡୋନେସିଆର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଫିଲିପାଇନ୍ସ ଏବଂ ମାଲେସିଆରେ ବିଶେଷ ସତର୍କତା ଜାରି କରାଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳରୁ ପ୍ରାୟ ୧,୦୦୦ କିଲୋମିଟର ପରିଧି ମଧ୍ୟରେ ଥିବା ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପୂର୍ବ ଇଣ୍ଡୋନେସିଆର ଟେର୍ନାଟେ ସହର ଏବଂ ଏହାର ଆଖପାଖ ଦ୍ୱୀପପୁଞ୍ପ ପାଇଁ ସ୍ୱତନ୍ତ୍ର ଆଲର୍ଟ ଜାରି କରାଯାଇଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଲୋକମାନଙ୍କୁ ବେଳାଭୂମିରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି।

Related Articles

Back to top button