
ଭୁବନେଶ୍ୱର ,ସୁବର୍ଣ୍ଣପୁର ପୋଲିସ୍ ଦୁଇଟି ସ୍ଥାନରେ ଚଢାଉ କରି ଗଞ୍ଜେଇ ଜବତ କରିଛି ।
ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ମାଫିଆ ଗିରଫ। ପୋଲିସକୁ ଚକମା ଦେଇ ହେଉଥିଲା ଗଞ୍ଜେଇ ଚାଲଣ । ହେଲେ ମାଡି ବସିଲା ପୋଲିସ୍।
ଗୋଟିଏ କାରରେ ଦୁଇ ଜଣ ଯୁବତୀ ଓ ଜଣେ ଶିଶୁ ଯାତ୍ରା କରୁଥିବା ବେଳେ ଗାଡିରେ ଥିବା ସୁଟକେଶରୁ ଜବତ ହୋଇଛି ଗଞ୍ଜେଇ।
୩୦ ପ୍ୟାକେଟ ଗଞ୍ଜେଇ ଜବତ କରିଛି ପୋଲିସ୍। ଗାଡିର ଡ଼ିକି ତଳେ ସ୍ୱତନ୍ତ୍ର ଚାମ୍ବର କରାଯାଇ ଗଞ୍ଜେଇ ଚାଲାଣ ହେଉଥିଲା l
ଏହି ଗାଡିରୁ 130 ପ୍ୟାକେଟ ଗଞ୍ଜେଇ ଜବତ ହୋଇଥିବାବେଳେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ୍।
ଉଭୟ ଗାଡ଼ିରୁ ମୋଟ ଦେଢ଼ କୁଇଣ୍ଟାଲ ରୁ ଅଧିକ ପରିମାଣର ଗଞ୍ଜେଇ ସହ ଦୁଇଟି ଚାରି ଚକିଆ ଗାଡି ଜବତ କରିଛି ।




