
ଭୁବନେଶ୍ୱର ,ବରମୁଣ୍ଡା ବିଏସ୍ଏବିଟିରେ ଭିସା ଆବେଦନ କେନ୍ଦ୍ରକୁ ଆଜି ଉଦଘାଟନ କରିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏହି ସେବା।
ଚଳିତ ମାସ ୭ ତାରିଖରୁ ଇଂଲଣ୍ଡ, ଅଷ୍ଟ୍ରିଆ ଓ ସ୍ୱିଜରଲ୍ୟାଣ୍ଡକୁ, ଭିସା ସେବା ଆରମ୍ଭ ହେବ । ଏପ୍ରିଲ ୧୦ ତାରିଖରୁ ଆୟାରଲ୍ୟାଣ୍ଡ, ଇଟାଲୀ, ଜାପାନ ଓ ଏଷ୍ଟୋନିଆକୁ ଏହି ସେବା ମିଳିବ ।ଏପ୍ରିଲ ୧୭ ତାରିଖରୁ ଇଜିପ୍ଟ ଓ ମରୋକ୍କୋ ପାଇଁ ଏଇଠୁ ଭିସା ମିଳିବ ।
ଏପ୍ରିଲ ୨୪ ତାରିଖରୁ ଯୁରୋପୀୟ ୟୁନିୟନର ମାଲ୍ଟାକୁ ସେବା ଆରମ୍ଭ ହେବାକୁ ଯାଉଛି । ଆଗାମୀ ମାସଗୁଡିକରେ ଅନ୍ୟ ଦେଶମାନଙ୍କୁ ମଧ୍ୟ ଭିସା ସେବା ମିଳିବ ବୋଲି ରାଜ୍ୟ ସରକାରଙ୍କ,ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।
ରାଜ୍ୟ ବାହାରକୁ ଯାଇ ଭିସା ଆବେଦନ କରିବାକୁ, ପଡିବ ନାହିଁ । ଓଡ଼ିଶାବାସୀଙ୍କୁ ଭିସା ସେବା ପାଇଁ କୋଲକାତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଭଳି ସହରକୁ ଆଉ ଯିବାକୁ ପଡିବ ନାହିଁ। ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କୁ ଏହା ଆଶ୍ୱସ୍ତି ଆଣିଦେଇଛି ।




