ଅନ୍ୟାନ୍ୟଓଡ଼ିଶା

ସାରା ରାଜ୍ୟରେ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା।

ଭୁବନେଶ୍ୱର , ସାରା ରାଜ୍ୟରେ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା। ଏହି ପ୍ରକ୍ରିୟା ଖାଲି ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ଆରମ୍ଭ ହୋଇଛି। ଦୀର୍ଘ ୧୬ ବର୍ଷ ପରେ ଓ ୨୦୧୧ ପରେ ଏହା ପ୍ରଥମ ଜନ ଗଣନା ଯାହା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ମାଧ୍ୟମରେ ହେବ।

ଏଣିକି ଘରେ ବସି ନିଜ ପରିବାରର ତଥ୍ୟ ଦେଇପାରିବେ। ପ୍ରଥମ ୧୫ ଦିନ ସ୍ୱଗଣନା ହେବ। ଏପ୍ରିଲ ୧୬ ତାରିଖଠାରୁ ମେ ୧୫ ତାରିଖ ଯାଏ ଜନଗଣନାକାରୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ବୋଲି ସରକାର ସୂଚନା ଦେଇଛନ୍ତି।

୨୦୧୧ରେ ଶେଷ ଥର ପାଇଁ ଦେଶରେ ଜନଗଣନା ହୋଇଥିଲା। ଚଳିତ ଥର ପ୍ରଥମ ଥର ପାଇଁ ଡିଜିଟାଲ ଭିତ୍ତିକ ଜନଗଣନା ହେବ ଏବଂ ଏଥିରେ ଜନସଂଖ୍ୟା ତଥ୍ୟ ସହିତ ଗୃହ ଓ ସାମାଜିକ ତଥା ଅର୍ଥନୈତିକ ମାପଦଣ୍ଡ ଉପରେ ବିସ୍ତୃତ ଓ ବ୍ୟାପକ ତଥ୍ୟ ସଂଗ୍ରହ କରାଯିବ।

ଜନଗଣନା ପ୍ରକ୍ରିୟାରେ ରାଜ୍ୟରେ ୧ ଲକ୍ଷ ୨୦ ହଜାରରୁ ଅଧିକ ଶିକ୍ଷକ ଓ କର୍ମଚାରୀ ସାମିଲ ହେବେ। ପ୍ରତି ନାଗରିକ ୩୩ଟି ପ୍ରଶ୍ନର ଉତ୍ତର ଦେବେ। ଆସନ୍ତା ୧୬ ତାରିଖରୁ ମେ ୧୫ ତାରିଖ ଯାଏ ଜିଲାରେ ଘରକୁ ଘର ବୁଲି ଜନଗଣନା କରାଯିବ।

Related Articles

Back to top button