ଅନ୍ତର୍ଜାତୀୟଜୀବନଶୈଳୀ

ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ କଡ଼ା ଜବାବ

ଭୁବନେଶ୍ୱର, ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାରମର୍ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ, ବ୍ରିଟେନ କୌଣସି ପରିସ୍ଥିତିରେ ଇରାନ ବିରୋଧରେ ଚାଲିଥିବା ଯୁଦ୍ଧରେ ସାମିଲ ହେବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ ପରେ ଷ୍ଟାରମର୍ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।କ’ଣ ଥିଲା 
ନିକଟରେ ରାଷ୍ଟ୍ରପତି ଟ୍ରମ୍ପ ନାଟୋ ସହଯୋଗୀ ଦେଶମାନଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି ସେମାନେ ଯୁଦ୍ଧରେ ଆମେରିକାକୁ ସାଥ୍ ନଦିଅନ୍ତି, ତେବେ ସେମାନଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। ଟ୍ରମ୍ପ ବ୍ରିଟେନକୁ ଇଙ୍ଗିତ କରି କହିଥିଲେ, ଯେ ଯଦି ବ୍ରିଟେନ ଏହି ଯୁଦ୍ଧରେ ସାହାଯ୍ୟ ନକରେ, ତେବେ ଭବିଷ୍ୟତରେ ଆମେରିକା ମଧ୍ୟ ବ୍ରିଟେନକୁ କୌଣସି ସହଯୋଗ କରିବ ନାହିଁ। ଷ୍ଟାରମର୍ ଯଦିଓ ଯୁଦ୍ଧରୁ ଦୂରେଇ ରହିଛନ୍ତି, କିନ୍ତୁ ବିଶ୍ୱ ଅର୍ଥନୀତି ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ସେ ଚିନ୍ତିତ ଅଛନ୍ତି। ଏହି ସଙ୍କଟର ସମାଧାନ ପାଇଁ ସେ ବ୍ରିଟେନରେ ଏକ ‘ଗ୍ଲୋବାଲ ସମିଟ୍‌’ ବା ବିଶ୍ୱ ସମ୍ମିଳନୀ ଡକାଇଛନ୍ତି। ଏଥିରେ ପ୍ରାୟ ୩୫ଟି ଦେଶ ସାମିଲ ହେବା ନେଇ ସ୍ପଷ୍ଟ ହୋଇଛି। ଯୁଦ୍ଧରେ ନଲଢ଼ି କିପରି କୂଟନୈତିକ ସ୍ତରରେ, ତେଲ ଯୋଗାଣ ସ୍ୱାଭାବିକ କରାଯାଇପାରିବ, ତାହା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରହିବ।ବିଶ୍ୱର ପ୍ରାୟ ୨୦% ତେଲ ଏବଂ ଗ୍ୟାସ୍ ହର୍ମୁଜ ପ୍ରଣାଳୀ ଦେଇ, ଯାଇଥାଏ। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥକୁ ବନ୍ଦ କରିଦେଇଛି। ଏହା ଫଳରେ ବିଶ୍ୱ ବଜାରରେ କଞ୍ଚା ତେଲର ଦର ଆକାଶଛୁଆଁ ହୋଇଛି।

Related Articles

Back to top button