
ଭୁବନେଶ୍ୱର ,ଯୁଦ୍ଧ ମାଡ଼ରେ LPG ଚିନ୍ତା। LPG ଚିନ୍ତା ଭିତରେ ଇଣ୍ଡକ୍ସନ୍ ସଙ୍କଟ। ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ରାଜ୍ୟ ବ୍ୟାପୀ ଗ୍ରାହକଙ୍କ ଉପରେ ପଡ଼ିଛି ଇଣ୍ଡକ୍ସନ୍ ଚୁଲାର ପ୍ରହାର। ମାର୍କେଟ ଏକ୍ସପର୍ଟଙ୍କ କହିବା କଥା, ଏବେ ଲୋକଙ୍କ ପ୍ରବଳ ଡିମାଣ୍ଡ ରହୁଛି ଇଣ୍ଡକ୍ସନ ଚୁଲାର। ସେହି ଅନୁଯାୟୀ ଗ୍ରାହକଙ୍କୁ ଯୋଗାଇପାରୁନାହାଁନ୍ତି ଡିଲର୍। ଯୁଦ୍ଧ ସ୍ଥିତି ଯୋଗୁ ମାନ୍ୟୁଫାକଚରିଂ ସହ, ଟ୍ରାନସପୋର୍ଟିଂରେ ସମସ୍ୟା ରହୁଛି। ଯୁଦ୍ଧ ଥମୁନି, ଆରପଟେ LPG ସଙ୍କଟର ସମାଧାନ ହେଉନି। ଏଭଳି ସ୍ଥିତିରେ ଇଣ୍ଡକ୍ସନ ଚୁଲାର ଅଭାବ, ଆଗକୁ ସହରିଆଙ୍କୁ ନାକେଦମ୍ କରିବାର ଆଶଙ୍କା ଉପୁଜିଛି। LPG ସଙ୍କଟବେଳେ ଏକମାତ୍ର ଆଶା ଆଉ ଭରସା ଥିବା ଇଣ୍ଡକ୍ସନ ଚୁଲାର କଥା। ଆପଣ ରାଜ୍ୟର ଏବେ ଯେଉଁ ମାର୍କେଟକୁ ଯାଆନ୍ତୁ, ଇଣ୍ଡକ୍ସନ ଚୁଲା ଖଣ୍ଡେ ପାଇବା, ବଡ଼ କଷ୍ଟ ହେଉଛି। ଯଦି ବି କେଉଁଠି କେମିତି କାଁ ଭାଁ ମିଳୁଛି, ଚାଇନା ମାଲ୍ ଭଳି କ୍ବାଲିଟି ନାହିଁ। ଦାମ୍ ବି କାହିଁରେ କେତେ।




