ଅନ୍ତର୍ଜାତୀୟଯୁଦ୍ଧ
ଯୁଦ୍ଧ ଉପରେ ରହିବ ଆମେରିକାର ଫୋକସ୍

ଭୁବନେଶ୍ୱର ,ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ, ଜଣାଇ ଦେଇଛନ୍ତି ଯେ, ସେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ବିନା ମଧ୍ୟ ଯୁଦ୍ଧର ଅନ୍ତ କରିବାକୁ ପ୍ରସ୍ତୁତ।ଟ୍ରମ୍ପ ଏବଂ ତାଙ୍କ ପରାମର୍ଶଦାତାମାନେ ବିଶ୍ୱାସ କରନ୍ତି, ଯେ ଯଦି ଏହି ଗୁରୁତ୍ୱପୂର୍ଣ୍ଣ ଇରାନୀ ଜଳପଥକୁ, ପୁନଃ ଖୋଲିବା ପାଇଁ ଏକ ସାମରିକ ଅଭିଯାନ ଆରମ୍ଭ କରାଯାଏ, ତେବେ ସଂଘର୍ଷ ଚାରିରୁ ଛଅ ସପ୍ତାହର ଆକଳନ କରାଯାଇଥିବା ସମୟସୀମାଠାରୁ ବହୁତ ଅଧିକ ହୋଇପାରେ। ପରବର୍ତ୍ତୀ ପର୍ଯ୍ୟାୟରେ ହର୍ମୁଜ୍ ପ୍ରଣାଳୀକୁ, ପୁନଃ ଖୋଲିବା ପାଇଁ ଆମେରିକା ଏକ ପୃଥକ ଅଭିଯାନ କରିପାରେ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଆହୁରି ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ।ବର୍ତ୍ତମାନ ଏକ ନିଷ୍ପତ୍ତି ନିଆଯାଇଛି ଯେ ଆମେରିକା ଇରାନର ନୌସେନା ଏବଂ କ୍ଷେପଣାସ୍ତ୍ର ଭଣ୍ଡାରକୁ ନିରପେକ୍ଷ କରିବା ଏବଂ ସଂଘର୍ଷର ଅନ୍ତ ଆଣିବାର ପ୍ରାଥମିକ ଉଦ୍ଦେଶ୍ୟ ଉପରେ ଧ୍ୟାନ ଦେବା ଉଚିତ।




