ଅନ୍ତର୍ଜାତୀୟଅନ୍ୟାନ୍ୟ

ଆନ୍ତର୍ଜାତୀୟ ବିମାନବନ୍ଦରରେ ବଡ଼ ଧରଣର ସୁରକ୍ଷା ଆଲର୍ଟ ଜାରି ।

ଭୁବନେଶ୍ୱର ,ଫ୍ଲୋରିଡାର ପାମ୍ ବିଚ୍ ଆନ୍ତର୍ଜାତୀୟ ବିମାନବନ୍ଦରରେ, ବଡ଼ ଧରଣର ସୁରକ୍ଷା ଆଲର୍ଟ ଜାରି । ସେହି ସମୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ‘ଏୟାର ଫୋର୍ସ ୱାନ’ ବିମାନ ସେଠାରେ, ପାର୍କିଂ ହୋଇ ରହିଥିଲା ।

ପ୍ରଥମେ ନିଷିଦ୍ଧ ଆକାଶ ମାର୍ଗରେ ଗୋଟିଏ ‘ଡ୍ରୋନ୍’ ପ୍ରବେଶ କରିଥିବାର ଖବର ଆସିଥିଲା । ପରେ ସଙ୍ଗେ ସଙ୍ଗେଏକ ଛୋଟ ନାଗରିକ ବିମାନ ଭୁଲ୍ ବଶତଃ ସେହି ନିଷିଦ୍ଧ ଅଞ୍ଚଳ ଭିତରକୁ,ପଶି ଆସିଥିଲ ।

ଏଫ-୧୬ ଜେଟ୍ ଗୁଡ଼ିକ ସେହି ବିମାନକୁ ଅଟକାଇ ସୁରକ୍ଷିତ ଭାବେ, ବାହାରକୁ ବାହାର କରି ଆଣିଥିଲେ । ଘଟଣା ବେଳେ ଟ୍ରମ୍ପ ନିଜର ଗଲ୍ଫ କ୍ଲବରେ, ଥିଲେ।

ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଓ ତାଙ୍କ ପ୍ରତି କୌଣସି ବିପଦ ନଥିବା କଥା, ଆମେରିକା ସିକ୍ରେଟ୍ ସର୍ଭିସ୍ ସ୍ପଷ୍ଟ କରିଛି ।

Related Articles

Back to top button