Uncategorized

ପୋଲିସ ସାମ୍ନାରେ ଆଇନକୁ ହାତକୁ ନେଲେ ଲୋକେ; ରିକ୍ରିଏସନ୍ ବେଳେ ଅଭିଯୁକ୍ତକୁ ନିସ୍ତୁକ ମାଡ଼

ଭୁବନେଶ୍ବର: କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ ଅଭିଯୁକ୍ତକୁ ନିସ୍ତୁକ ମାଡ଼ । ଆଇନକୁ ହାତକୁ ନେଲେ ମୃତକଙ୍କ ପରିବାର ଲୋକେ । ମୃତକଙ୍କ ପରିବାର ଲୋକେ ଅଭିଯୁକ୍ତକୁ ପୋଲିସ ଉପସ୍ଥିତିରେ ନିର୍ଦ୍ଧୁମ ପିଟିଛନ୍ତି । ପୁରୀ ନୂଆନଈ ନିକଟରେ ଘଟିଛି ଏଭଳି ଘଟଣା । ଗତ ରବିବାର ଜଣେ ଅଭିଯୁକ୍ତକୁ ପୁରୀ ଗଡ଼ିଶାଗୋଦା ଥାନା ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ ନୂଆନଈ ସ୍ପଟ୍ ଉପରକୁ ନେଇଥିଲା । ସିନ୍ ରିକ୍ରିଏସନ୍ ସାରି ଫେରିବା ବେଳେ ପୋଲିସ ଉପସ୍ଥିତିରେ ଅଭିଯୁକ୍ତକୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ମୃତକଙ୍କ ପରିବାର ଲୋକେ । ପୋଲିସ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଏକାଧିକ ଲୋକ ଥିବାରୁ ଅଭିଯୁକ୍ତକୁ ସୁରକ୍ଷା ଦେବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ତେବେ ଅଭିଯୁକ୍ତକୁ ସୁରକ୍ଷିତ ଭାବେ ପୋଲିସ ଘଟଣାସ୍ଥଳରୁ ନେବାରେ ସଫଳ ହୋଇଥିଲା ।

Related Articles

Back to top button