
ଭୁବନେଶ୍ୱର ,୨୦୨୬ ବର୍ଷ ଅନେକ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ସମୟ ନେଇ ଆସିଛି। ଚଳିତ ବର୍ଷ ଗୁରୁଙ୍କ ଚଳନ ଅନେକ ରାଶିଙ୍କ ଭାଗ୍ୟକୁ ସୁନା ଭଳି ଚମକାଇବ। ବୃହସ୍ପତି ନିଜ ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କରିବେ। ସେହି ସମୟରେ ଅତ୍ୟନ୍ତ ଶୁଭ ରାଜଯୋଗ ସୃଷ୍ଟି ହେବ। ଯାହା ବ୍ୟକ୍ତିଙ୍କ ଜୀବନରେ ଉନ୍ନତି, ଧନ ଓ ସମ୍ମାନ ପ୍ରଦାନ କରିଥାଏ।୩୧ ଅକ୍ଟୋବର ୨୦୨୬ରେ ଗୁରୁ ସିଂହ ରାଶିରେ ଚଳନ କରିବେ। କର୍କଟ ରାଶିରେ ଗୁରୁ ପ୍ରବେଶ କରିବା ସମୟରେ ଏକ ବିଶେଷ ହଂସ ମହାପୁରୁଷ ରାଜଯୋଗ ସୃଷ୍ଟି ହେବ।
ବୃଷ…. ବ୍ୟବସାୟରେ ବଡ ଲାଭ ମିଳିବ। ଆୟରେ ହଠାତ୍ ବୃଦ୍ଧି ହେବ। ପରିବାର ଲୋକଙ୍କ ସହଯୋଗ ମିଳିବ। ବିଦେଶ ସହ ଜଡିତ କାର୍ଯ୍ୟରେ ବଡ ସଫଳତା ମିଳିବ।ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବଦଳିଯିବ।
କର୍କଟ ….ଆୟର ନୂଆ ରାସ୍ତା ମିଳିବ। ପୁରୁଣା ନିବେଶରୁ ଅଧିକ ଲାଭ ମିଳିବ।ଗୁରୁ ନିଜର ହିଁ ରାଶିରେ ଚଳନ କରିବେ, ଯାହା ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ଆଣିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ମାନ ସମ୍ମାନ ବୃଦ୍ଧି ହେବ।
ମୀନ ….କର୍ମକ୍ଷେତ୍ରରେ ଉନ୍ନତି ସହ ନୂଆ ନୂଆ ସୁଯୋଗ ମିଳିବ।ଗୁରୁଙ୍କ ଏହି ଚଳନ ଫଳରେ କର୍ମକ୍ଷେତ୍ର ଓ ଆର୍ଥିକ କ୍ଷେତ୍ରରେ ଜବରଦସ୍ତ ଲାଭ ମିଳିବ। ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି ହେବ।
ବିଛା …. ହଠାତ୍ ଧନ ଲାଭ ହେବ। ବିଦେଶ ଯାତ୍ରାର ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ମଧ୍ୟ ମଜଭୁତ ହେବ।




