
ଭୁବନେଶ୍ୱର, ୩୦ ମାର୍ଚ୍ଚ ୨୦୨୬: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗ ପକ୍ଷରୁ “ଶିକ୍ଷକ ଶିକ୍ଷା: ସମସ୍ୟା ଏବଂ ଏହାର ପ୍ରତିବନ୍ଧକ” ବିଷୟବସ୍ତୁ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଓ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଯାଇଛି। ଶିକ୍ଷକ ଶିକ୍ଷା କ୍ଷେତ୍ରରେ ଥିବା ବିଭିନ୍ନ ଆହ୍ୱାନକୁ ସାମ୍ନା କରିବା ଏବଂ ଏହାର ନିରାକରଣ ଦିଗରେ ବୁଦ୍ଧିଜୀବୀମାନେ ଏଠାରେ ମତ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ NCTE (ERC) ର ସଦସ୍ୟ ପ୍ରଫେସର ସୁବାଷ ଚନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷକ ଶିକ୍ଷାର ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଫେସର ସରାଙ୍ଗ ଚନ୍ଦ୍ର ନନ୍ଦ, ବୃନ୍ଦାବନ ଚନ୍ଦ୍ର ମିଶ୍ର, ଡଃ ବିଭୁତି ଭୂଷଣ ପଣ୍ଡା ଓ ଡଃ ଭାଗିରଥି ମହାପାତ୍ର ଯୋଗଦେଇ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଶିକ୍ଷକ ଶିକ୍ଷା ବିଭାଗର ମୁଖ୍ୟ ଡଃ ଅଶୋକ କୁମାର ଦିଗଲଙ୍କ ଅଧ୍ୟକ୍ଷତାରେ ସମଗ୍ର କାର୍ଯ୍ୟକ୍ରମଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଶିକ୍ଷକମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ବିଭାଗ ପକ୍ଷରୁ ଏକ ଓ୍ବାଲ୍ ମାଗାଜିନ୍ (Wall Magazine) ‘ଶିକ୍ଷା ଦର୍ପଣ’ ଉଦ୍ଘାଟିତ ହୋଇଥିଲା, ଯାହା ଛାତ୍ରୀମାନଙ୍କ ସୃଜନଶୀଳତାକୁ ପ୍ରକାଶ କରିବାରେ ଏକ ମାଧ୍ୟମ ସାଜିବ। ଶେଷରେ ଡଃ ଅଶୋକ କୁମାର ଦିଗଲ ସମସ୍ତ ଅତିଥି ଓ ଅଧ୍ୟାପକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




