Uncategorized

ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି – Bastabbadi

ଭୁବନେଶ୍ୱର: ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢୀ । ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଅପରାହ୍ଣ ୧ଟା ଯାଏଁ ଗୃହ ମୁଲତବୀ କରାଯାଇଛି । ଗୃହର ମଧ୍ୟଭାଗକୁ ଆସି ହାତରେ ପ୍ଲାକାର୍ଡ ଧରି ଏସସିବି ଘଟଣା, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ନାରାବାଜି କରିଥିଲେ ବିରୋଧୀ । ବାଚସ୍ପତି ବିରୋଧୀଙ୍କୁ ବାରମ୍ବାର ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ପ୍ରଶ୍ନକାଳରେ ସହେଯାଗ କରିନଥିଲେ । ଆହୁରି ହୋହଲ୍ଲା ହଟ୍ଟଗୋଳ କରିନଥିଲେ । ଚଳାଇ ଦେଇନଥିଲେ ପ୍ରଶ୍ନକାଳ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ମ ୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । କେବଳ ବିଧାନସଭା ଭିତରେ ନୁହେଁ ବାହାରେ ମଧ୍ୟ ବିଜେଡି , କଂଗ୍ରେସ, ସିପିଏମ ବିଧାୟକ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।

Related Articles

Back to top button