ବର୍ଷକ ଭିତରେ ୭୭ ମାଓବାଦୀ ଓଡ଼ିଶା ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି: DGP


ଭୁବନେଶ୍ୱର: ସମୟ ସରିଆସୁଛି । ଡେଡ୍ଲାଇନ୍ ପୂରଣ ହେବାକୁ ଆଉ ମାତ୍ର ବାକି ଅଛି ୨ ଦିନ । ଯଦି ଏହି ସମୟ ମଧ୍ୟରେ ସରେଣ୍ଡର ନକରନ୍ତି । ତେବେ ସୁରକ୍ଷାକର୍ମୀଙ୍କୁ ସାମ୍ନା କରିବାକୁ ପଡ଼ିବ ବୋଲି କହିଛନ୍ତି ଓଡ଼ିଶା ପୋଲିସ ଡିଜି ଓ୍ୱାଇ.ବି ଖୁରନିଆ । ଡିଜିପି କହିଛନ୍ତି, ଓଡିଶାରୁ ୨୩ ଜଣ ମାଓବାଦୀ ଏଠୁ ଯାଇ ଛତିଶଗଡରେ ଆତ୍ମ ସମର୍ପଣ କରିଛନ୍ତି । ୨୭ ଜଣ ମାଓବାଦୀଙ୍କୁ କମ୍ବିଂ ଅପରେସନ ବେଳେ ନିପାତ କରାଯାଇଛି । ଏମାନଙ୍କ ଭିତରୁ ୨୦୨୫ ଜାନୁଆରୀ ୨୫ରେ ୧୭ ଜଣ ନିପାତ ହୋଇଥିଲେ । ନୂଆପଡା-ଗରିଆବନ୍ଧ ସୀମାନ୍ତ ଅପରେସନରେ ୧୭ ଜଣଙ୍କୁ ନିପାତ କରାଯାଇଥିଲା । ଓଡିଶାରେ ଏବେ ମାଓବାଦୀଙ୍କ ସଂଖ୍ୟା ସିଙ୍ଗଲ ଡିଜିଟକୁ ଖସି ଆସିଛି । ଡିଜିପି କହିଛନ୍ତି, ଗୋଟିଏ ଛୋଟ ଗ୍ରୁପକନ୍ଧମାଳ-ରାୟଗଡା-କଳାହାଣ୍ଡି




