Uncategorizedଓଡ଼ିଶା
ଅଗ୍ନିକାଣ୍ଡର ସଫଳ ମୁକାବିଲା ପାଇଁ ମକ୍ ଡ୍ରିଲ୍

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ରାଉରକେଲା ଅଗ୍ନିଶମ ବାହିନୀ ପକ୍ଷରୁ ଏକ ମକ୍ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଦିତ୍ ନଗର ପଡ଼ିଆରେ ଏହି ମକ୍ ଡ୍ରିଲ୍ ଆୟୋଜିତ ହୋଇଥିଲା । ଅଗ୍ନିକାଣ୍ଡ ସମୟରେ କିପରି ଜଣେ ବ୍ୟକ୍ତିକୁ ସଫଳତାର ସହ ଉଦ୍ଧାର କରାଯାଇ ପାରିବ ସେ ନେଇ କୌଶଳ ପ୍ରଦର୍ଶନ କରାଯାଇଛି । ମୋଟର ଫାୟାର ଇଞ୍ଜିନ ସହ ପାରମ୍ପରିକ ହୋସ୍ ଓ ମନିଟର ବ୍ୟବହାର କରି କିପରି ନିଆଁକୁ ଆୟତ୍ତ କରାଯାଇପାରିବ ତାହାର କଳା କୌଶଳ ପ୍ରଦର୍ଶନ କରାଯାଇଥିଲା । ବିପଦଜ୍ଜନକ ତଥା ବ୍ଲାଷ୍ଟିଙ୍ଗ୍ ସାମଗ୍ରୀ ଥିବା ସ୍ଥାନଗୁଡ଼ିକରେ ରୋବଟିକ୍ ମନିଟର ବ୍ୟବହାର ଦ୍ୱାରା ଅତ୍ୟାଧୁନିକ ପଦ୍ଧତିରେ କିଭଳି ନିଆଁକୁ ନିୟନ୍ତ୍ରଣ କରିହେବ ତାହା ପ୍ରଦର୍ଶିତ ହୋଇଥିଲା ।




