ଓଡ଼ିଶା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତୀୟ ସ୍ଥଳ ସେନାମୁଖ୍ୟ

ଭୁବନେଶ୍ବର: ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି ପୁରୀ ଗସ୍ତରେ ଆସି ସପତ୍ନୀକ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ଏଥିସହ ମା’ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଛନ୍ତି । ଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସ୍‌ପି ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମନ୍ଦିରରେ ସ୍ଥଳ ସେନାମୁଖ୍ୟ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ ଓ ପୁରୀ ଏସ୍‌ପି ତାଙ୍କୁ ସ୍ଗାଗତ ଜଣାଇଥିଲେ ।

ଏହା ପରେ ମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିଥିଲେ । ଏହା ପରେ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ସହିତ କୋଇଲି ବୈକୁଣ୍ଠ ବୁଲି ଦେଖିଥିଲେ । ଏଥିସହ ମହାପ୍ରଭୁଙ୍କ ରୋଷଘର ଦେଖି ସେ ଖୁବ ଆନନ୍ଦ ଅନୁଭବ କରିଥିଲେ । ଦର୍ଶନ ପରେ ସେନାମୁଖ୍ୟଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ, ବାନା ଓ ମହାପ୍ରସାଦ ଆଦି ପ୍ରଦାନ କରାଯାଇଥିଲା ।

Related Articles

Back to top button