Uncategorized
ଏପ୍ରିଲରୁ ଲଟେରୀରେ ମିଳିବ ମଦ ଦୋକାନ: ଅବକାରୀ ମନ୍ତ୍ରୀ


ଭୁବନେଶ୍ୱର: ରାଜ୍ୟରେ ମଦ ଦୋକାନ ବଣ୍ଟନ ପାଇଁ ଖୁବଶୀଘ୍ର ଲଟେରୀ ବ୍ୟବସ୍ଥା ଆରମ୍ଭ ହେବ। ଏଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା କରାଯିବ। ଆବଶ୍ୟକ ପଡ଼ିଲେ ଇଲେକ୍ଟ୍ରୋନିକ ଲଟେରୀ ଜରିଆରେ ଆବେଦନକାରୀଙ୍କୁ ଚୟନ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ପୂର୍ବରୁ ଲଟେରୀ ଜରିଆରେ ମିଳିଥିବା ଦୋକାନଗୁଡ଼ିକର ଅବଧି ମାର୍ଚ୍ଚ ୩୧ରେ ଶେଷ ହେଉଥିଲା। ମାତ୍ର ନୂଆ ଅବକାରୀ ନୀତି ଆସିବାରେ ବିଳମ୍ବ ହେଉଥିବାରୁ, ପୁରୁଣା ଲାଇସେନ୍ସଧାରୀଙ୍କ ଅବଧିକୁ ଆଉ ୨ ମାସ ବୃଦ୍ଧି କରାଯାଇଛି। ରାଜ୍ୟରେ କୌଣସି ନୂଆ ମଦ ଦୋକାନ (Off-Shop) ଖୋଲିବାକୁ ସରକାର ଅନୁମତି ଦେବେ ନାହିଁ। ବର୍ତ୍ତମାନ ଯେତିକି ଦୋକାନ ରହିଛି, ସେଗୁଡ଼ିକର ସର୍ବନିମ୍ନ ଗ୍ୟାରେଣ୍ଟି ରାଜସ୍ୱ (MGER) ସ୍ଥିର କରାଯିବ। ୩-ଷ୍ଟାର୍ କିମ୍ବା ତଦୂର୍ଦ୍ଧ୍ୱ ହୋଟେଲଗୁଡ଼ିକରେ ବାର୍ ବ୍ୟବସ୍ଥା ଥିବାରୁ, ସେମାନଙ୍କୁ ‘ଅନ୍ ସପ୍’ (On-Shop) ପାଇଁ ଅନୁମତି ମିଳିବ।




