ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ସରକାର ପାଳିବେ ଓଡ଼ିଆ ପକ୍ଷ – ୨୦୨୬ 

 ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଏପ୍ରିଲ ୧ରେ ଉତ୍କଳ ଦିବସ । ତେଣୁ ୧ରୁ ୧୪ ତାରିଖ ଯାଏ ଓଡ଼ିଆ ପକ୍ଷ-୨୦୨୬ ପାଳନ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୪ ଦିନ ପାଇଁ ୧୪ଟି ପ୍ରମୁଖ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି । ଶିଶୁର ଅକ୍ଷର ଶିକ୍ଷା ଠାରୁ ବରପୁତ୍ରମାନଙ୍କୁ ସ୍ମରଣ କରିବା ଭିତରେ ଅନ୍ତର୍ନିହିତ ରହିଛି ସମୃଦ୍ଧ, ବିକଶିତ ଓ ସ୍ୱାଭିମାନୀ ଓଡ଼ିଶା ଗଢ଼ିବା ସଙ୍କଳ୍ପ । ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏପ୍ରିଲ ୧ରେ ଓଡ଼ିଶା ଦିବସ, ୨ ତାରିଖରେ ଖଡ଼ିଛୁଆଁ ଦିବସ, ୩ ତାରିଖରେ ‘ଆମ ପୋଷାକ ଆମ ପରିଚୟ’, ୪ରେ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ, ୫ରେ ଐତିହ ଗଣଦୌଡ଼, ୬ରେ ସ୍ୱଚ୍ଛତା ଅଭିଯାନ ଏବଂ ୭ ତାରିଖରେ ଶିଶୁ କଥା ଦିବସ ପାଳନ ପାଇଁ ସ୍ଥିର କରାଯାଇଛି । ସେହିପରି ଏପ୍ରିଲ ୮ରେ ରକ୍ତଦାନ ଅଭିଯାନ, ୯ ତାରିଖରେ ଆସ ବହିଟିଏ କିଣିବା ଅଭିଯାନ, ୧୦ରେ ଲୋକକଳା ପାଇଁ ଦିନଟିଏ, ୧୧ରେ ଅମୃତପିଢ଼ି ସାରସ୍ୱତ ସମାରୋହ, ୧୨ ତାରିଖରେ ବନ୍ଦନୀୟ ବରପୁତ୍ର, ୧୩ରେ ଆମ ରୁଚି ଆମ ଖାଦ୍ୟ ଏବଂ ଏପ୍ରିଲ ୧୪ରେ ଓଡ଼ିଆ ନବ ବର୍ଷ ପାଳନ ପାଇଁ ସ୍ଥିର କରାଯାଇଛି ।

Related Articles

Back to top button