ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଓଡ଼ିଶା ପ୍ରସିଦ୍ଧ ଅସୁରେଶ୍ୱରର ଶ୍ରୀରାମ ନବମୀ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଶ୍ରୀରାମ ନବମୀ ପାଇଁ ଉତ୍ସବ ମୁଖର ସାରା ଭାରତ । ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସହର ଯାଏ ସବୁଠି ଶ୍ରୀରାମଙ୍କ ଜନ୍ମ ଦିବସ ପାଳନ କରାଯାଉଛି । ଏହି କ୍ରମରେ କଟକ ନିଶ୍ଚିତକୋଇଲି ବ୍ଲକ୍ ଅନ୍ତର୍ଗତ କେଣ୍ଟାଳ ରଘୁନାଥଜୀଉ ମନ୍ଦିରରେ ମଧ୍ୟ ରାମ ଜନ୍ମୋତ୍ସବ ଅନୁଷ୍ଠିତ ହେଉଛି । ଏହି ପୀଠର ବିଶେଷତ୍ୱ ହେଉଛି ଏଠାରେ ମାନସିକ ବାଣ ଫୁଟାଯାଇଥାଏ । ଚଳିତ ବର୍ଷ ପ୍ରଶାସନର କଟକଣା ହେତୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ସେହିପରି ଦଣ୍ଡ ନାଚ ହେଉଛି ଏହି ଅଞ୍ଚଳର ଅନ୍ୟ ଏକ ପ୍ରମୁଖ ଆକର୍ଷଣ । ଯାହା ଓଡ଼ିଶା ପ୍ରସିଦ୍ଧ । ଏଠାରେ ମାନସିକ କଲେ ଫଳପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି । ଦେଖନ୍ତୁ କ’ଣ କହୁଛନ୍ତି ଭକ୍ତ ଓ ପୂଜାରୀ –
https://www.youtube.com/watch?v=bdvNpd1lMwE




