ଅନ୍ତର୍ଜାତୀୟଜୀବନଶୈଳୀ

ଯୁଦ୍ଧ ମଧ୍ୟରେ, ଭାରତକୁ ବଡ ଆଶ୍ୱସ୍ତି

ଭୁବନେଶ୍ୱର ,ଏଲପିଜି ବୋଝେଇ ଟ୍ୟାଙ୍କର୍ “ଜଙ୍ଗ ବସନ୍ତ” ହର୍ମୁଜ୍ ପ୍ରଣାଳୀ ପାର ହୋଇ ଭାରତରେ ପହଞ୍ଚିଛି। ଭାରତୀୟ ନୌସେନା ଦ୍ୱାରା ସୁରକ୍ଷା ଦିଆଯାଇ ଆଜି, ସକାଳେ ଟ୍ୟାଙ୍କର୍ ଗୁଜୁରାଟର କାଣ୍ଡଲା ବନ୍ଦରରେ ପହଞ୍ଚିଛି। ଏପର୍ଯ୍ୟନ୍ତ ମୋଟ ଛଅଟି ଏଲପିଜି ଟ୍ୟାଙ୍କର୍ ଏବଂ ଗୋଟିଏ ତେଲ ଟ୍ୟାଙ୍କର୍ ଭାରତରେ ପହଞ୍ଚିଛି। ଏହା ଦେଶର ତୀବ୍ର ବାଣିଜ୍ୟିକ ସିଲିଣ୍ଡର ସଙ୍କଟକୁ ଦୂର କରିବ।ହର୍ମୁଜ୍ ପ୍ରଣାଳୀରୁ ଆଉ ତିନୋଟି ଅଶୋଧିତ ତୈଳ ଟ୍ୟାଙ୍କର୍ ଭାରତ ପାଇଁ ଛାଡ଼ିଛି। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା, ତିନୋଟି ଟ୍ୟାଙ୍କର୍ ଭାରତୀୟ ବନ୍ଦରରେ ପହଞ୍ଚିବ।  ଭାରତୀୟ ନୌସେନାର ‘ଅପରେସନ୍ ଉର୍ଜା ସୁରକ୍ଷା’ ଅଧୀନରେ, ଭାରତୀୟ ଜାହାଜଗୁଡ଼ିକୁ ହର୍ମୁଜ୍ ପ୍ରଣାଳୀ ପାର କରିବାରେ ସାହାଯ୍ୟ କରାଯାଉଛି। ଏବେ ଜଙ୍ଗ ବସନ୍ତ ପହଞ୍ଚିଥିବାବେଳେ ପାଇନ୍ ଗ୍ୟାସ୍ ମଧ୍ୟ ଆସିବାକୁ ଯାଉଛି। ୧୬ ମାର୍ଚ୍ଚରେ ଶିବାଲିକ୍ ଟ୍ୟାଙ୍କର୍ ଗୁଜରାଟର, ମୁନ୍ଦ୍ରା ବନ୍ଦରରେ ଲଙ୍ଗର ପହଞ୍ଚିଥିଲା। ୧୭ ମାର୍ଚ୍ଚରେ ନନ୍ଦା ଦେବୀ ଟ୍ୟାଙ୍କର୍ କାଣ୍ଡଲା ବନ୍ଦରରେ ପହଞ୍ଚିଥିଲା। ୧୮ ମାର୍ଚ୍ଚରେ ଜଗ ଲଡକି ଜାହାଜ ୮୦୦୦୦ ଟନ୍ ଅଶୋଧିତ ତେଲ ନେଇ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଥିଲା।

Related Articles

Back to top button