ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ହଳ ବେଳେ ମିଳିଲା ହନୁମାନଙ୍କ ମୂର୍ତ୍ତି

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ, ପବିତ୍ର ଶ୍ରୀରାମ ନବମୀ ଅବସରରେ କଟକ ଜିଲ୍ଲା ସାଲେପୁର ବ୍ଲକ ସିଢ଼ୋ ଗ୍ରାମରେ ପ୍ରତିଷ୍ଠା ହେଉଛି ମହାବୀରଙ୍କ ମୂର୍ତ୍ତି । ହନୁମାନଙ୍କ ଏହି ମୂର୍ତ୍ତି ସାଲେପୁରର ସବୁଠାରୁ ବଡ଼ ମୂର୍ତ୍ତି । ଏହାର ଉଚ୍ଚତା ରହିଛି ୨୩ ଫୁଟ । ହଳ ବୁଲାଇବା ସମୟରେ ୨ ଚାଷୀ ହନୁମାନଙ୍କ ବିଗ୍ରହ ପାଇଥିଲେ । ପରେ ସ୍ୱପ୍ନାଦେଶ ହେବାରୁ ମୂର୍ତ୍ତି ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ । ତେବେ ହନୁମାନଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସାଲେପୁର ଗ୍ରାମରେ ତିନିଦିନ ବ୍ୟାପୀ ଅନୁଷ୍ଠିତ ହେଉଛି ବିଶ୍ୱାଶାନ୍ତି ମହାଯଜ୍ଞ ।




