ଜାତୀୟଜୀବନଶୈଳୀ

ଭୁବନେଶ୍ବରରୁ ପୁନେ ବିମାନ ବାତିଲ୍, ଯାତ୍ରୀ ଅସନ୍ତୋଷ।

ଭୁବନେଶ୍ୱର ,ଦୀର୍ଘ ଦୁଇ ଘଣ୍ଟା ବିଳମ୍ବ ପରେ ଫ୍ଲାଇଟ ବାତିଲ ହୋଇଥିବାରୁ ଏୟାର ଇଣ୍ଡିଆ କର୍ମଚାରୀ ଓ ପାସେଞ୍ଜରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତିନି ଘଣ୍ଟା ପରେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ପାଇଁ ମୁମ୍ବାଇ ବିମାନ ଟିକେଟ କରିଥିଲା ଏୟାର ଇଣ୍ଡିଆ। ମୁମ୍ବାଇରୁ ପୁନେ ନିଜେ ଟିକେଟ କାଟି ଯିବା ପାଇଁ କହିଥିଲେ, କର୍ତ୍ତୃପକ୍ଷ। ୧୫ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ହୋଟେଲରେ ରହିବାର, ବ୍ୟବସ୍ଥା କରିଥିଲା ଏୟାର ଇଣ୍ଡିଆ। ବିଳମ୍ବ ପରେ ବାତିଲ ହେଲା ଫ୍ଲାଇଟ। ଗତକାଲି ସନ୍ଧ୍ୟା ୫ଟା ୪୦ରେ ଉଡାଣ ଭରିଥାନ୍ତା ଏୟାର ଇଣ୍ଡିଆ, ଏକ୍ସପ୍ରେସ। ଫ୍ଲାଇଟରେ ବସିବାର କିଛି ସମୟ ପରେ, ଯାନ୍ତ୍ରିକ ସମସ୍ୟା ଯୋଗୁ ଏସି ଖରାପ ହୋଇଥିଲା। ତା ପରେ ବିମାନ ବିଳମ୍ବ ନେଇ ସୂଚନା ଦିଆଯାଇଥିଲା। କିଛି ସମୟରେ ଡି ବୋର୍ଡ ହେବା ପାଇଁ କୁହାଯାଇଥିଲା। ଡି ବୋର୍ଡ ପରେ ଯାତ୍ରୀଙ୍କୁ ପୁଣି ଥରେ ସିକ୍ୟୁରିଟି ଚେକ୍ ଇନ୍ କରିବା ପାଇଁ ବିମାନ ପକ୍ଷରୁ ସୂଚନା ଦିଆଗଲା। କିନ୍ତୁ ବିମାନରେ ଯାତ୍ରୀ ବସିବା ପରେ ପୁଣି କିଛି ସମୟ ପରେ ବାତିଲ ନେଇ ସୂଚନା ଦିଆଯାଇଥିଲା।

Related Articles

Back to top button