
ଭୁବନେଶ୍ୱର ,ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ,ଭିଜିଲାନ୍ସ ଜାଲରେ ,ଭଞ୍ଜନଗର ଡହ ଜଳସେଚନ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କର, ଏକକାଳୀନ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ପଞ୍ଚୁ ବେହେରାଙ୍କ ବ୍ରହ୍ମପୁର ସ୍ଥିତ ବସନ୍ତ ବିହାର ଅଞ୍ଚଳରେ ପ୍ରାୟ ୩୫୫୦ ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ତିନିତଳ ବିଲ୍ଡିଂ,ବ୍ରହ୍ମପୁର ସହର ଓ ଚାରିପାଖରେ ୫ଟି ମୂଲ୍ୟବାନ ପ୍ଲଟ୍, ପୋଲସରା ରେ ଥିବା ପୈତୃକ ଘରୁ ନଗଦ ୧୮ ଲକ୍ଷ ୯୦ ହଜାର ୮୦୦ ଟଙ୍କା ଏବଂ ବସନ୍ତ ବିହାର ସ୍ଥିତ ତିନି ତଳ କୋଠାରୁ ୧୫.୧୩ ଲକ୍ଷ ଏବଂ ଭଞ୍ଜନଗର ସରକାରୀ କ୍ୱାର୍ଟରରୁ ୩.୭୨ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ବ୍ୟାଙ୍କ ଓ ଡାକଘର ଜମା ଏବଂ ଅନ୍ୟାନ୍ୟ ଆର୍ଥିକ ନିବେଶ ସମ୍ପର୍କରେ ତଦନ୍ତ ଚାଲିଛି। ସୁନା ଅଳଙ୍କାର ଗୁଡିକର ଓଜନ ମାପ କାମ ଚାଲିଛି। ଉକ୍ତ ଘର ଓ ପ୍ଲଟ୍ଗୁଡ଼ିକର ମାପ ଓ ମୂଲ୍ୟାୟନ ଭିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ ଦ୍ୱାରା କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ର ଖୋଳତାଡ଼ ଜାରି ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।




