ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ପ୍ରଶାସନକୁ ଦୃଢ଼ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଭୁବନେଶ୍ୱର,ଶ୍ରୀରାମ ନବମୀ ଉତ୍ସବ,ଆସନ୍ତା ୨୭ ତାରିଖରେ ପାଳିତ ହେବାକୁ ଯାଉଥିବାରୁ ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପ୍ରଶାସନକୁ ଦୃଢ଼ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମଙ୍ଗଳବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଲେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ରଙ୍କ ସ୍ୱନକ୍ଷତ୍ର ଦିବସକୁ ଶ୍ରୀରାମ ନବମୀ ଭାବରେ ସାରା ଦେଶରେ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ କରାଯାଏ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ ମହାନିର୍ଦେଶକ ୱାଇ.ବି. ଖୁରାନିଆ, ଆଇନ ଓ ଶୃଙ୍ଖଳା ଅତିରିକ୍ତ ପୁଲିସ ମହାନିର୍ଦେଶକ ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦେଶକ ଆର୍.ପି. କୋଚେ, ପୁଲିସ ଆୟୁକ୍ତ ଦେବଦତ୍ତ ସିଂହ,ବୈଠକରେ ଉପସ୍ଥିତ ଥିଲେ।

ଆଧ୍ୟାତ୍ମିକତାର ଏହି ପର୍ବ ଓଡ଼ିଶାରେ ଭକ୍ତ ଓ ଶ୍ରଦ୍ଧାଳୁ ଯେପରି ବିନା କୌଣସି ଦ୍ୱିଧାରେ ସମ୍ପୂର୍ଣ୍ଣ ଭାବେ ଶାନ୍ତିର ସହ ପାଳନ କରିବେ ତାହା ସୁନିଶ୍ଚିତ କରିବା ପୁଲିସ ପ୍ରଶାସନର ଦାୟିତ୍ୱ।

 

Related Articles

Back to top button