
କଟକ: ଆସନ୍ତା ଏପ୍ରିଲ 2 ତାରିଖରେ ମାଟ୍ରିକ ଖାତା ଦେଖା ପ୍ରକ୍ରିୟା ସରିବ । OMR ସିଟ୍ ଖାତା ଦେଖା ପ୍ରକ୍ରିୟା ଶେଷ ହୋଇଯାଇଛି । ଏହାର ମାର୍କ ମଧ୍ୟ ଅପଲୋଡ଼ କାର୍ଯ୍ୟ ଶେଷ ହୋଇଛି । କେବଳ ସବଜେକଟିଭ୍ ପରୀକ୍ଷା ଖାତା ଦେଖା ପ୍ରକ୍ରିୟା ସରିଲେ ରେଜଲ୍ଟ ବାହାରିବା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ଚଳିତବର୍ଷ 51ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ପ୍ରକ୍ରିୟା ଚାଲୁ ରହିଛି । 12 ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ଖାତା ଦେଖା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସଠିକ ଭାବେ ମୂଲ୍ୟାୟନ କରିବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବୋର୍ଡ ପରାମର୍ଶ ଦେଇଛି ।




