ଅନ୍ତର୍ଜାତୀୟବାଣିଜ୍ୟ
୧୪.୨ କେଜି ବଦଳରେ ୧୦ କେଜି ଗ୍ୟାସ୍ ଭର୍ତ୍ତି କରି ଯୋଗାଇବାକୁ ଯୋଜନା କରାଯାଉଛି।

ଭୁବନେଶ୍ୱର,ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ହର୍ମୁଜ ପ୍ରଣାଳୀ ଦେଇ ଆସୁଥିବା ଗ୍ୟାସ୍ ଜାହାଜ ଗୁଡ଼ିକ ଅଟକି ରହିଛି। ଭାରତ ତାର ଆବଶ୍ୟକତାର ପ୍ରାୟ ୬୦% LPG ବିଦେଶରୁ ଆମଦାନୀ କରିଥାଏ।
ବର୍ତ୍ତମାନ ଆମଦାନୀ କମିଥିବାରୁ ଘରୋଇ ଷ୍ଟକ୍ ଉପରେ ଚାପ ପଡ଼ିଛି।ସରକାରୀ ତୈଳ କମ୍ପାନୀଗୁଡ଼ିକର ଯୋଜନା ଅନୁଯାୟୀ, ସାଧାରଣ ସିଲିଣ୍ଡରରେ ୧୪.୨ କେଜି ପରିବର୍ତ୍ତେ ୧୦ କେଜି ଗ୍ୟାସ୍ ଦିଆଯାଇପାରେ।
ଏହାଦ୍ୱାରା କମ୍ ଗ୍ୟାସ୍ରେ ଅଧିକ ପରିବାରକୁ ସିଲିଣ୍ଡର ଯୋଗାଇ ଦିଆଯାଇପାରିବ। ଏକ ୧୦ କେଜିଆ ସିଲିଣ୍ଡର ଜଣେ ସାଧାରଣ ଗ୍ରାହକଙ୍କ ପାଇଁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚାଲିପାରିବ ବୋଲି ଆକଳନ କରାଯାଉଛି।
ହର୍ମୁଜ ପ୍ରଣାଳୀରେ ଜାରି ରହିଥିବା ସଙ୍କଟ ଯୋଗୁଁ ଭାରତକୁ LPG ଆମଦାନୀ ବାଧାପ୍ରାପ୍ତ ହୋଇଛି।
ଏଭଳି ସ୍ଥିତିରେ ସୀମିତ ଷ୍ଟକ୍କୁ ଅଧିକ ଦିନ ଚଲାଇବା ପାଇଁ ସରକାର ବଡ ପଦକ୍ଷେପ ନେଇପାରନ୍ତି।
ଏବେ ୧୪.୨ କେଜି ବଦଳରେ ୧୦ କେଜି ଗ୍ୟାସ୍ ଭର୍ତ୍ତି କରି ଯୋଗାଇବାକୁ ଯୋଜନା କରାଯାଉଛି।




