ଓଡ଼ିଶା

ସର୍ବଭାରତୀୟ ଅଖିଳ ବ୍ରାହ୍ମଣ ସମ୍ମିଳନୀ ଅୟୋଜିତ 

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଭୁବନେଶ୍ୱରର ଓଡ଼େଶା ଭବନରେ ଆୟୋଜିତ ହୋଇଯାଇଛି ସର୍ବଭାରତୀୟ ଅଖିଳ ବ୍ରାହ୍ମଣ ସମ୍ମିଳନୀ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଡ଼ଃ ସୁନୀତି ମୁଣ୍ଡ କହିଛନ୍ତି- “ବ୍ରାହ୍ମଣ ସଦା ସମାଜର କଲ୍ୟାଣ ଓ ମଙ୍ଗଳକୁ ପ୍ରାଥମିକତା ଦେଇଥାନ୍ତି । ଯାହା ଶେଷ ପର୍ୟ୍ୟନ୍ତ ରାଷ୍ଟ୍ରର ସମଗ୍ର ବିକାଶକୁ ନିଶ୍ଚିତ କରେ। ସେହିପରି ସେ କର୍ମକାଣ୍ଡ କରୁଥିବା ବ୍ରାହ୍ମଣମାନଙ୍କ ସମସ୍ୟା ଉପରେ ଚିନ୍ତା ବ୍ୟକ୍ତ କରି ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିବା ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

ସୁନୀତି ଆହୁରି କହିଥିଲେ ଯେ, ଏପରି ସମ୍ମିଳନୀ ଆମ ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତାକୁ ଆହୁରି ଶକ୍ତିଶାଳୀ କରେ । ତେଣୁ ବିଭିନ୍ନ ସମୟରେ ଏପରି କାର୍ଯ୍ୟକ୍ରମ ଜାରି ରହିବା ଉଚିତ । ଏହି ଅବସରରେ ଦେଶର ବିଭିନ୍ନ ରାଜ୍ୟରୁ ବ୍ରାହ୍ମଣମାନଙ୍କ ବିଶାଳ ସମାଗମ ଦେଖିବାକୁ ମିଳିଥିଲା ।

Related Articles

Back to top button