
ଭୁବନେଶ୍ୱର,ଆଜି ପୁରୀରେ ବସିବାକୁ ଯାଉଛି ଏକ ହାଇ-ପ୍ରୋଫାଇଲ୍ ସମୀକ୍ଷା ବୈଠକ।
ସର୍କିଟ୍ ହାଉସ୍ରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ।
ଆସନ୍ତା ୨୫ ତାରିଖ ଚୈତ୍ର ଶୁକ୍ଳ ସପ୍ତମୀ ଦିନ ଅଳଙ୍କାର ଗଣତି ପାଇଁ ସ୍ଥିର ହୋଇଛି ଶୁଭ ମୁହୂର୍ତ୍ତ।
ଦିନ ୧୨ଟା ୯ ମିନିଟ୍ରୁ ଅପରାହ୍ନ ୧ଟା ୪୫ ମିନିଟ୍ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।
ବୈଠକରେ ଜିଲ୍ଲାପାଳ, ଏସପି, ବରିଷ୍ଠ ସେବାୟତ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ସାମିଲ ହେବେ।
ଅଳଙ୍କାର ଗଣତି ମଣତି କିପରି ସୁରୁଖୁରୁରେ ହେବ ଏବଂ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, ସେନେଇ ରଣନୀତି ପ୍ରସ୍ତୁତ କରାଯିବ।




