ଓଡ଼ିଶାକ୍ରୀଡ଼ା

ବିଜେତା ଆଥଲେଟଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ତମ ଜାତୀୟ ପାରା-ଆଥଲେଟିକ୍ସ ଚାମ୍ପିୟନସିପ୍ କଳିଙ୍ଗ ଷ୍ଟାଡିୟମରେ, ଉଦଯାପିତ ହୋଇଯାଇଛି।

ଚାମ୍ପିୟନସିପରେ ୨୮ ରାଜ୍ୟର ୧୪ଶହରୁ ଅଧିକ ପାରା-ଆଥଲେଟ୍ ଅଂଶଗ୍ରହଣ କରିଥିବାବେଳେ, ୯୫ଟି ମେଡାଲ୍ ସହିତ ଚାମ୍ପିୟନ୍ ହୋଇଛି ହରିୟାଣା।

ଉଦଯାପନୀ ଉତ୍ସବରେ, ସିଏମ ମୋହନ ଚରଣ ମାଝୀ ଯୋଗଦେଇ ବିଜେତା ଆଥଲେଟଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ସମସ୍ତଙ୍କୁ ପରିଶ୍ରମ ଅବ୍ୟାହତ ରଖିବାକୁ ପରାମର୍ଶ ଦେଇଥିଲେ ସିଏମ୍।

କଳିଙ୍ଗ ଷ୍ଟାଡିୟମରେ ବିଶ୍ବ ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୮ର ଆୟୋଜନକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଏହି ବିଶ୍ବ ପ୍ରତିଯୋଗିତାକୁ ସ୍ମରଣୀୟ କରି ଆୟୋଜନ କରିବ।ସେହିଭଳି ରନର୍ସଅପ୍ ତାମିଲନାଡ଼ୁକୁ ମିଳିଛି ୫୧ ପଦକ।

ଓଡ଼ିଆ ପାରା-ଆଥଲେଟ୍ ମାନେ ୧୨ ପଦକ ହାସଲ କରିଛନ୍ତି ।

Related Articles

Back to top button