ଅନ୍ତର୍ଜାତୀୟରାଜନୀତି

ଇରାନ୍ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପିଏମ୍ ମୋଦି।

ଭୁବନେଶ୍ୱର,ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସହ, ଫୋନ ଯୋଗେ କଥା ହୋଇଛନ୍ତି ମୋଦି।

ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ସାମୁଦ୍ରିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି।

ପିଏମ୍ ମୋଦି କହିଛନ୍ତି, ଏଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ୍ କରିବା ଦ୍ୱାରା, ବିଶ୍ୱ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେଉଛି।

ଇରାନ୍ ରାଷ୍ଟ୍ରପତି ପେଜେସ୍କିଆନଙ୍କୁ ଇଦ୍ ଓ ନଭରୋଜର ଶୁଭେଚ୍ଛା ଜଣାଇବା ସହ ଶାନ୍ତି ଓ ସ୍ଥିରତା ଫେରି ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ହର୍ମୁଜ୍ ପ୍ରଣାଳୀ ଦେଇ ଚାଲୁଥିବା ଜାହାଜ ଚଳାଚଳକୁ, ସୁରକ୍ଷିତ ରଖିବା ଓ ଫ୍ରିଡମ୍ ଅଫ୍ ନାଭିଗେସନ୍ ବା ମୁକ୍ତ ନୌଚାଳନା ଉପରେ ଜୋର ଦେଇଛନ୍ତି ମୋଦି।

ସେହିପରି ଇସ୍ରାଏଲ ଦ୍ୱାରା ଇରାନର ସାଉଥ୍ ପାର୍ସ ଗ୍ୟାସ୍ ଫିଲ୍ଡ ଓ କତାରର ରାସ ଲାଫାନ୍ LNG କମ୍ପ୍ଲେକ୍ସ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି।

Related Articles

Back to top button