Uncategorized
ପିପିଲିର ପ୍ରାଚୀନ ରାଧାକୃଷ୍ଣ ମନ୍ଦିରରୁ ଚୋରି: ତଦନ୍ତ ପାଇଁ ପହଞ୍ଚିଲା ସନ୍ଧାନୀ କୁକୁର


ଭୁବନେଶ୍ବର: ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି । ପିପିଲି ନୂଆଶାସନ ପାଟଣା ସାହି ମନ୍ଦିରରୁ ଚୋରି । ଶହ ଶହ ବର୍ଷର ପୁରୁଣା ଏକ ମନ୍ଦିର ଉପରେ ଏବେ ଦୁର୍ବୃତ୍ତଙ୍କ ନଜର ପଡ଼ିଛି । ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ପାଟଣା ସାହିର ଶତାବ୍ଦୀ ପ୍ରାଚୀନ ରାଧାକୃଷ୍ଣ ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଯାଇଛି । ଗତକାଲି ରାତିରେ ଦୁର୍ବୃତ୍ତମାନେ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି। କେବଳ ସେତିକି ନୁହେଁ, ଚୋରମାନେ ଭକ୍ତି ଓ ଆସ୍ଥାକୁ ମଧ୍ୟ ଅପମାନିତ କରିଛନ୍ତି। ଠାକୁରଙ୍କୁ ସିଂହାସନରୁ ତଳକୁ ଫିଙ୍ଗି ଦେଇ ସେମାନେ ମନ୍ଦିରରେ ଥିବା ବିଭିନ୍ନ ସୁନା ରୂପା ଅଳଙ୍କାର, ପିତ୍ତଳ ଜିନିଷ, ଘଣ୍ଟା, ଘଣ୍ଟି ଏବଂ ଠାକୁରଙ୍କ ମୁକୁଟ ସମେତ ଦାନ ବାକ୍ସକୁ ମଧ୍ୟ ଚୋରି କରି ନେଇଛନ୍ତି ।




